ସ୍ଵାମୀ ବିବେକାନନ୍ଦ ଆବାସିକ ଶିକ୍ଷା ନିକେତନରେ ଗ୍ୟାସ୍ ଲିକିରୁ ଅଗ୍ନିକାଣ୍ଡ। ରାଜନଗର

ରାଜନଗର: ଆଜି ସଂଧ୍ୟା ପ୍ରାୟ ୬ଟା ସମୟରେ ପଟ୍ଟାମୁଣ୍ଡାଇ ସ୍ଵାମୀ ବିବେକାନନ୍ଦ ଆବାସିକ ଶିକ୍ଷା ନିକେତନରେ ଅଗ୍ନିକାଣ୍ଡ ଘଟି ରୋଷେଇ ଘରର ସମସ୍ତ ଉପକରଣ ପୋଡ଼ି ପାଉଁଶ ହୋଇଥିବା ନଜରକୁ ଆସିଛି। ପଟ୍ଟାମୁଣ୍ଡାଇ ସ୍ଵାମୀ ବିବେକାନନ୍ଦ ଆବାସିକ ଶିକ୍ଷା ନିକେତନରେ ପ୍ରାୟ ୧୪ଜଣ ଛାତ୍ରଛାତ୍ରୀ ମାନେ ସେଠାରେ ରହି ଅଧ୍ୟୟନ କରୁଥିବା ବେଳେ ପିଲାମାନଙ୍କ ପାଇଁ ଆଜି ସଂଧ୍ୟାରେ ରୋଷେଇ ପ୍ରସ୍ତୁତି କରିବା ସମୟରେ ଗ୍ୟାସ ସିଲିଣ୍ଡର ପାଇପିରୁ ଅଚାନକ ଗ୍ୟାସ୍ ଲିକ୍ ହେବାକାରଣରୁ  ରୋଷେଇଘରର ସମସ୍ତ ଜିନିଷ ଜଳିବା ସମୟରେ ତୁରନ୍ତ ସେଠାରେ ଥିବା କର୍ମଚାରୀ ରୋଷେଇଘର ବନ୍ଦ୍ କରି ପିଲାମାନଙ୍କୁ ବାହାରକୁ ବାହାର କରିଦେଇଥିଲେ। ପରେ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବିଭାଗକୁ ଜଣାଇବା ପରେ ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀମାନେ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିବା ନଜରକୁ ଆସିଛି। ସେଠାରେ ରହି ପାଠ ପଢୁଥିବା ପ୍ରଥମରୁ ଦଶମ ଶ୍ରେଣୀର ପ୍ରାୟ ୧୪ ଜଣ ପିଲାମାନେ ସୁରକ୍ଷିତରେ ଥିବା ଜଣାପଡିଛି।

Report : ରାଜେନ୍ଦ୍ର ଦାଶ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here