ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଂଘ, ଓଡ଼ିଶା ଢେଙ୍କାନାଳ ଶାଖା ପକ୍ଷରୁ ଜନ କଲ୍ଯାଣ ସମାବେଶ I

କାମଳାଙ୍ଗ :ଓଡାପଡା ବ୍ଲକ କାମଳାଙ୍ଗ ରେ ଥିବା ସର୍ବପୁରାତନ ଶୈବ ପୀଠ ବାବା କମଲେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟ ସଭାପତି ପରମ ଶୈବ ଲଳିତ ମହାପାତ୍ର ଓ ରାଜ୍ୟ ସମ୍ପାଦକ ଅଚାର୍ଯ୍ଯ ବି କେ ମହାପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ଢ଼େଙ୍କାନାଳ ରେ ଏକ ସଭାର ଆୟୋଜନ କରାଯାଇଥିଲା ଢେଙ୍କାନାଳ ଜିଲ୍ଲା ପରିଚାଳନା ସଦସ୍ୟ ସଂଗ୍ରାମ ମହାପାତ୍ର ଙ୍କ ତତ୍ବାବଧାନରେ କାର୍ଯ ସମ୍ପାଦନା ହୋଇଥିଲା | ପ୍ରଥମେ ମହାଦେବ ବାବା ବିଶେଶ୍ବର ଓ ମାତା ପାର୍ବତୀଙ୍କ ପୂଜା ଜଥା ବିଧି କରିବା ପରେ ମନ୍ଦିର ପରିସରରେ ବୃକ୍ଷ ରୋପଣ କରାଯାଇଥିଲା | ପରେ ଶୈବ ମାନଙ୍କୁ ନେଇ ଏକ ସଭା ହୋଇଥିଲା | ଉକ୍ତ ସଭାରେ କିଭଳି ଶୈବ ମାନେ ଅବହେଳିତ ଅବସ୍ଥାରେ ରହିଛନ୍ତି ତା ନେଇ ଆଲୋଚନା ହୋଇଥିଲା | ବେଦ କର୍ମକାଣ୍ଡ, ଶୈବ ସଂସ୍କୃତି ର ପୁନରୁଦ୍ଧାର ଆଦିଉପରେ ଆଲୋଚନା ହୋଇଥିଲା | ଆଗକୁ କିଭଳି ଶୈବ ସେବାୟତ ମାନଙ୍କୁ ସରକାରୀ ସହଯୋଗ ମିଳିବ ଶୈବ ସେବାୟତ ମାନେ ସରକାରି ସ୍ତରରେ କିଭଳି ଉପକୃତ ହେବେ ଏନେଇ ଏକ ବିଶେଷ ଆଲୋଚନା ହୋଇଥିଲା | ଏଥିରେ ଢେଙ୍କାନାଳ ଜିଲ୍ଲା ର ସମସ୍ତ ବ୍ଲକ ରେ ଥିବା ସମସ୍ତ୍ ଶିବ ଶକ୍ତି ମନ୍ଦିର ପୂଜକ  ମାନେ ସାମିଲ ହୋଇଥିଲେ | ଜିଲ୍ଲା ସଭାପତି ସ୍ଵାଧୀନ ମହାପାତ୍ର,ରାଜ୍ୟ ସାଂସ୍କୃତିକ ସମ୍ପାଦକ ଓ ଜିଲ୍ଲା ସମ୍ପାଦକ ଦେବୀଦତ୍ତ ମହାପାତ୍ର,ବେଣୁଧର ମହାପାତ୍ର ମାୟାଧର ମହାପାତ୍ର କୈବ୍ୟାଲ୍ୟ ମହାପାତ୍ର ବିକାଶ ଦାସ ପ୍ରଜ୍ଞାଂଶୁ ଦାସ ଲମ୍ବୋଦର ଦାସ ଏବଂ ଅନ୍ୟ ଶୈବ ବିପ୍ର ମାନେ ସାମିଲ ହୋଇଥିଲେ  |ଆଗକୁ ଢେଙ୍କାନାଳ ରେ ବିଭିନ୍ନ ଶୈବ କ୍ଷେତ୍ର ରେ ଉନ୍ନତି ମୂଳକ କାର୍ଯ୍ୟକ୍ରମ ହେବ ବୋଲି ଜିଲ୍ଲା ସଭାପତି କହିଛନ୍ତି |ସଭା ଶେଷରେ ବେଣୁଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିବା ସହ ସଭା ଶେଷ କରିଥିଲେ |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here