ପେଟ୍ରୋଲ, ଡିଜେଲ ରନ୍ଧନ ଗ୍ୟାସର ସହିତ ଅନ୍ୟାନ୍ୟ ଖାଉଟି ସାମଗ୍ରୀ ଗୁଡିକର ଦର ବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ସହିତ ରାଲି ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ଦାବିପତ୍ର ପ୍ରଦାନ

ଆଜି କେନ୍ଦ୍ରାପଡା ଜିଲ୍ଲା ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଦିନକୁ ଦିନ ଅହେତୁକ ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସ ସହିତ ଦୈନାଦିନ ଜୀବନରେ ନିତ୍ୟ ବ୍ୟବହାର୍ଯ୍ୟ ଅନ୍ୟାନ୍ୟ ବିଭିନ୍ନ ଖାଉଟି ସାମଗ୍ରୀ ଗୁଡ଼ିକର ଯେପରି ଦିନକୁ ଦିନ ଅହେତୁକ ମୂଲ୍ୟ ବା ଦରଦାମ୍ ବୃଦ୍ଧି ପାଉଛି ସେସବୁକୁ ଆଖି ଆଗରେ ରଖି ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ୍ଵର ବେହେରାଙ୍କ ନେତୃତ୍ୱରେ ଆକବର ଅଲ୍ଲୀଙ୍କ ସମେତ ନଗର ସଭାପତି ରାଜେଶ ମହାନ୍ତି, ବ୍ଲକ୍ ସଭାପତି ଚିତ୍ରଶେଣ ପରିଡା, ଜିଲ୍ଲା ସଂଖ୍ୟା ଲଘୁ ସମ୍ପ୍ରଦାୟର ସଭାପତି ମୁକ୍ତାର ଖାଁ, ପୂର୍ବତନ ବ୍ଲକ୍ ସଭାପତି ଶିବ ପ୍ରସାଦ ବିଶ୍ବାଳ, ବିଶିଷ୍ଟ ସମାଜସେବୀ ନୀରଞନ ପରିଡା, କଂଗ୍ରେସ ନେତା ବିଦୁଭୂଷଣ ମହାପାତ୍ର ଓ ପ୍ରଫୁଲ୍ଲ ଦାସ ଏବଂ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଅନ୍ନପୂର୍ଣ୍ଣା ଦାସ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀମାନେ ଖଡିଅଙ୍ଗ ଛକସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରୁ ବାହାରି ଏକ ବିଶାଳ ରାଲିରେ ଯାଇଁ ପ୍ରଥମେ ପୌର କାର୍ଯ୍ୟାଳୟ ପରିସର ମଧ୍ୟରେ ପହଞ୍ଚି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦେବ ପ୍ରସାଦ ବଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିବା ସହିତ ଉକ୍ତ ରାଲିଟି ଶତାଧିକ କର୍ମୀ ମାନଙ୍କ ଗ୍ରହଣରେ ପୁରୁଣା ବସଷ୍ଟାଣ୍ଡ, ଫରଜନଛକ, ଶାନ୍ତସାହି ପୋଲଛକ ଦେଇ ବ୍ଲକ୍ ପରିସର ସମ୍ମୁଖ ମୂଖ୍ୟ ଫାଟକ ନିକଟରେ ପହଞ୍ଚି କିଛି ସମୟ ପାଇଁ ସେଠାରେ କେନ୍ଦ୍ରସରକାର ବିରୋଧି ବିଭିନ୍ନ ନାରାବାଜି ମାନ ଦିଆଯିବା ପରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳିଥିଲା । ପରେ ପରେ ବ୍ଲକର ବିଡିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପୁଣି ଆଉଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରାଯାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here