“କେନ୍ଦ୍ରାପଡା ଜିଲ୍ଲାରେ କରୋନା ଟୀକା ଅଭାବ ପରିଲକ୍ଷିତ ସମ୍ଭନ୍ଧିଅ ଅନ୍ୟାନ୍ୟ ୪ଦଫା ଦାବି ଗୁଡିକୁ ନେଇ ଜନଶକ୍ତି ପାର୍ଟିର ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ ।*

ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରାଜ୍ୟ ଜନଶକ୍ତି ପାର୍ଟି ପକ୍ଷରୁ ଓଡିଶା ଭଳି ସମଗ୍ର ରାଜ୍ୟରେ ଏବଂ ବିଶେଷ କରି କେନ୍ଦ୍ରାପଡା ଜିଲ୍ଲାରେ ଏପରି ଦୁଃଖଦ ଓ ଦୁର୍ଦ୍ଦିନ ସମୟରେ କରୋନା ଭଳି ମହାମାରୀ ରୋଗ କବଳରୁ ବର୍ତ୍ତିବା ପାଇଁ ସରକାରଙ୍କ ପକ୍ଷରୁ ଟୀକା ପ୍ରଦାନ କରାଯାଇ ଯୋଉ ପ୍ରୟାସ ମାନ ଦିନକୁ ଦିନ ସବୁ ଜାରୀ କରାଯାଉଛି ଏବଂ ଲୋକ ମାନଙ୍କୁ ଆସନ୍ନ ମୃର୍ତ୍ୟୁ ମୁଖରୁ ବଞ୍ଚିବା ପାଇଁ କେନ୍ଦ୍ର ସରକାର ହୁଅନ୍ତୁ କିମ୍ବା ରାଜ୍ୟ ସରକାର ହୁଅନ୍ତୁ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଭଳି ପ୍ରୟାସକୁ ବଳବତ୍ତର ରଖିବା ସହିତ ଟୀକା କରଣ କରାଇବା ଏବଂ ମାକ୍ସ୍ ସାନିଟାଇଜର ପିନ୍ଧିବା ଏବଂ ସାମାଜିକ ଦୂରତା ଅବଲମ୍ବନ କରିବା ଭଳି ଯେଉଁ ବିଭିନ୍ନ ଉଦ୍ୟମ ମାନ ଦିନକୁ ଦିନ ପ୍ରଣୟନ କରୁଛନ୍ତି ତାହା କିଞ୍ଚିତ ମାତ୍ର ସଫଳ ହୋଇ ପାରିଛି ବୋଲି ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାଶ କହିଛନ୍ତି । ସେହିପରି ଶ୍ରୀଯୁକ୍ତ ଦାଶ ଆହୁରି ମଧ୍ୟ ଗଣମାଧ୍ୟମକୁ ରାଜ୍ୟ ବାସୀଙ୍କ ଉଦ୍ଧେଶ୍ୟରେ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ – ଖାଲି ସମଗ୍ର ଦେଶରେ ନୁହେଁ ବିଶେଷ କରି ଅନ୍ୟାନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଓଡିଶା ଭଳି ଏକ ପଛୁଆ ରାଜ୍ୟରେ ଯେଭଳି ଭାବରେ ଦିନକୁ ଦିନ ପେଟ୍ରୋଲ୍ ଏବଂ ଡିଜେଲ୍ ଦର ହୁ ହୁ ହୋଇ ବୃଦ୍ଧି ପାଇବାକୁ ଲାଗିଛି ଯାହାଫଳରେ ବଜାର ଦର ଯଥା ଖାଉଟି ସାମଗ୍ରୀ ପନି ପରିବା ଡାଲି ଚାଉଳ ଯାବତୀୟ ରାଶନ ସାମଗ୍ରୀ ଗୁଡ଼ିକର ଦର ଆକାଶ ଛୁଆଁ ହେବାକୁ ଲାଗିଛି । ଯୋଉଥି ପାଇଁ ରାଜ୍ୟବାସୀ ଚୀନ୍ତିତ ରହିଛନ୍ତି ଏବଂ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି । ଯାହାକୁ ଆଖି ଆଗରେ ରଖି ଦଳ ପକ୍ଷରୁ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ରିତ ଋତୁରାଜଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବସନ୍ତ କୁମାର ରାଉତଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରି କହିଛନ୍ତି ଯେ-କେନ୍ଦ୍ରାପଡା ଜିଲ୍ଲାରେ ଅନେକ ସମୟରେ କରୋନା ଟୀକାର ଯେଉଁ ଅଭାବ ପରିଲକ୍ଷିତ ହେଉଛି ତାହାକୁ ତୁରନ୍ତ ଭରଣା କରାଯାଉ ନଚେତ ଆଗାମୀ ଦିନରେ ଜନ ଆନ୍ଦୋଳନ ତେଜିବ ବୋଲି ଗଣମାଧ୍ୟମକୁ ସୂଚନା ପ୍ରଦାନ କହିଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ କ୍ଷେତ୍ରବାସୀ ସାହୁ, ରମେଶ ଥାଟୋଇ, ବିବେକ ନାୟକ, ନାରାୟଣ ମଲ୍ଲିକ, ଶାନ୍ତନୁ ଦାସ, ଦୁଶ୍ମନ୍ତ ଦାସ, ବନମାଳୀ ମଲ୍ଲିକ, ସୂର୍ଯ୍ୟମଣୀ ପଣ୍ଡା, ପିତବାସ ଦାସ ପ୍ରମୁଖ ଦଳର ବହୁ କର୍ମକର୍ତ୍ତା ଓ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇ ସମସ୍ତ ସାହାଯ୍ୟ ସହଯୋଗ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here