ପୁରୀ: କୃଷ୍ଣପ୍ରସାଦ ଥାନା ଅଂଚଳରେ ବେଆଇନ ଭାବେ ନିଶା କାରବାର କରୁଥିବା ଅଭିଯୋଗ, ଦୁଇଜଣ ଗିରଫ

ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଓ ଅବକାରୀ ଅଧୀକ୍ଷକ ତତ୍ୱବାଧାନରେ ତଥା ସାତପଡ଼ା ଅବକାରୀ ଏସଆଇ ବିନୋଦ ବାସ୍କେଙ୍କ ନେତୃତ୍ୱରେ କୃଷ୍ଣପ୍ରସାଦ ଥାନା ଅଂଚଳରେ ଚଢ଼ାଉ କରାଯାଇ ବେଆଇନ ଭାବେ ନିଶା କାରବାର କରୁଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯିବା ସହ ଜଣେ ଫେରାର ହୋଇଛି. ଗିରଫ ଅଭିଯୁକ୍ତଙ୍କ ଠାରୁ ପାଉଚ ଦେଶୀ ମଦ ଜବତ କରାଯାଇଛି. ସେମାନେ ହେଲେ ପଥରଗୁଞ୍ଜ ଗ୍ରାମର ବିକାଶ କୁମାର ବିଶ୍ୱାଳ, ବୟସ-୨୯ ବର୍ଷ, ତାଙ୍କଠାରୁ ୧୨୦୦ ଲିଟର ଦେଶୀରନ୍ଧା ଜବତ ହୋଇଛି l ଅଁଳାକୁଡ଼ା ଗ୍ରାମର ତପନ କୁମାର ଜେନା, ବୟସ-୪୦ ବର୍ଷ ତାଙ୍କଠାରୁ ୬୦୦ ଲିଟର ଦେଶୀ ରନ୍ଧା ମଦ ଜବତ ହୋଇଛି l ଫେରାର ଅଭିଯୁକ୍ତ ହେଉଛି ରତାମାଟି ଗ୍ରାମର ଟିଲୁ ପଲେଇ, ବୟସ-୩୨ ବର୍ଷ l ଟିଲୁ ୧୦୦୦ ଲିଟର ଦେଶୀ ରନ୍ଧା ମଦ ଛାଡି ଚଢ଼ାଉ ସମୟରେ ଘଟଣାସ୍ଥଳରୁ ଫେରାର ହେଲେ l ଅଭିଯୁକ୍ତଙ୍କୁ ବିରୋଧରେ ୫୭,୫୮,୫୯/୨୦୨୧-୨୨ ରେ ପୃଥକ ପୃଥକ ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି l ଏହି ଚଢ଼ାଉ ରେ ଏସଆଇ ରଙ୍କନିଧି ମଲ୍ଲିକ, କନେଷ୍ଟବଳ ଡୁଙ୍ଗ ଡୁଙ୍ଗ , ସଞ୍ଜିପ ହସ୍ତୀ, ପ୍ରବୀଣ, ଅଭିଜିତ ପ୍ରଧାନ ପ୍ରମୁଖ ସାମିଲ ଥିଲେ l

Odisha1 Bureau – ଜୟକୃଷ୍ଣ ଦାସ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here