ଖବର ସଂକ୍ଷେପ ରେ…… ତାରିଖ ୨୧/୦୫/୨୧, ଶୁକ୍ରବାର (NEWS IN BULLETS)

୧-ଓଡ଼ିଶାକୁ ‘ୟାସ୍‌’ ଭୟ; ୨୬ରେ ଉପକୂଳ ଛୁଇଁବ। ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି ଆରମ୍ଭ, ଜିରୋ କାଜୁଆଲିଟିକୁ ଗୁରୁତ୍ୱ।

୨-ସ୍ୱାସ୍ଥ୍ୟ ସେବାରେ ଆସିବ ଉନ୍ନତି, ଲାଗୁ ହେବ ଓଡ଼ିଶା ଇ-ହସପିଟାଲ ମ୍ୟାନେଜମେଣ୍ଟ ଇନଫର୍ମେସନ ସିଷ୍ଟମ।

୩-ଆସନ୍ତା ୨୬ରେ ବର୍ଷର ପ୍ରଥମ ଏବଂ ଶେଷ ଚନ୍ଦ୍ରଗ୍ରହଣ, ଲାଲ୍ ରଙ୍ଗର ଦେଖାଯିବ ଚନ୍ଦ୍ର।

୪-ସାବଧାନ କୋଭିଡ଼ ଟିକାକରଣ ପଞ୍ଜିକରଣ ପାଇଁ ବଢିଚାଲିଛି ସାଇବର୍‌ ଠକେଇ, ସତର୍କ କରାଇଲେ ଡିଜିପି।

୫-ଡ. ହୃଷିକେଶ ମଲ୍ଲିକ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି, ଅରୁଣା ମହାନ୍ତି ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସଭାପତି ଓ ଶ୍ରୀନିବାସ ପଢ଼଼ିହାରୀ ଓଡ଼ିଶା ଲଳିତ କଳା ଏକାଡେମୀର ଉପସଭାପତି‌ ହେଲେ।

୬-ଆୟକର ପୈଠ ଅବଧି ସେପ୍ଟେମ୍ବର ୩୦କୁ ବୃଦ୍ଧି। ପୂର୍ବରୁ ଏହା ଜୁଲାଇ ପର୍ଯ୍ୟନ୍ତ ୩୧ ଥିଲା।

୭-ଭିମସାରର ପ୍ରଥମ ବ୍ଲାକଫଙ୍ଗସ୍‌ ରୋଗୀ! କର୍ଣ୍ଣ, ନାଶା ଓ ଗଳା ବିଭାଗରେ ହେଲା ଅସ୍ତ୍ରୋପଚାର।

୮-ସେବାୟତଙ୍କ ପାଇଁ ବାୟୋ-ବବଲ୍ ବ୍ୟବସ୍ଥା,ପ୍ରତିଦିନ ରଥକାମର ସମୀକ୍ଷା କରିବେ ପୁରୀ ଜିଲ୍ଲାପାଳ।

୯-ସ୍ଥପତି ପରିବାରରେ ଦାରୁଣ ଦୁଃଖ, ରଘୁନାଥ ମହାପାତ୍ରଙ୍କ ବଡପୁଅ ବି କରୋନାରେ ଆଖିବୁଜିଲେ।

୧୦-ଭୁବନେଶ୍ୱର: ବାତ୍ୟା ଆଳରେ କୃତ୍ରିମ ଅଭାବ: କଳାବଜାରୀ ସକ୍ରୀୟ,ଯୋଗାଣ ବିଭାଗର ଅଙ୍କୁଶ ନାହିଁ।

୧୧-ବ୍ରହ୍ମପୁର:MKCGରେ ଅକ୍ସିଜେନ ପ୍ଲାଣ୍ଟ ଉତ୍ସର୍ଗୀକୃତ। ଏହାର ଉତ୍ପାଦନ କ୍ଷମତା ୨୦ହଜାର ଲିଟର ରହିଛି।

୧୨-କେନ୍ଦ୍ର ସରକାରଙ୍କ ନୂଆ କରୋନା ସତର୍କତା: ଧୁଳି କଣାରେ ୧୦ ମିଟର ପର୍ଯ୍ୟନ୍ତ ଯାଇପାରେ ଭୂତାଣୁ।

୧୩-ଟିକା ନଷ୍ଟ ନ ହେବା ପ୍ରତି ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

? ଆଜି ସୀତା ନବମୀ ?

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here