ଚର୍ଚ୍ଚାରେ ଉର୍ବଶୀ ରୌତେଲାଂକ କସ୍ଟ୍ୟୁମ୍

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ତାଙ୍କ ମୂଲ୍ୟବାନ ଡ୍ରେସ୍ କୁ ନେଇ ପୁଣି ଥରେ ଚର୍ଚ୍ଚାରେ । ବାସ୍ତବରେ ଉର୍ବଶୀଙ୍କ ପ୍ରଥମ ଇଣ୍ଟରନେସ୍ନାଲ୍ ଗୀତ ‘ଭର୍ସେସ୍ ବେବି’ ରିଲିଜ୍ ହୋଇଥିବାବେଳେ ଏହି ଗୀତରେ ଉର୍ବଶୀ ପିନ୍ଧିଥିବା କସ୍ଟ୍ୟୁମ୍ ଦର୍ଷକଂକୁ ଖୁବ୍ ଆକର୍ଷିତ କରୁଛି। ଅଭିନେତ୍ରୀ ଏହି ଗୀତରେ ଇଜିପ୍ଟର ସୁପରଷ୍ଟାର ମହମ୍ମଦ ରମଦାନଙ୍କ ସହ ନଜର ଆସିଛନ୍ତି।

ଏହି ଗୀତରେ ଉର୍ବଶୀଙ୍କ ଶୈଳୀ ଲୋକମାନଙ୍କୁ ବେଶ ପସନ୍ଦ ଆସୁଛି, ଏହି ସମୟରେ ତାଙ୍କୁ ଏକ ସୁନ୍ଦର ବଡିକୋନ୍ କସ୍ଟ୍ୟୁମ୍ ରେ ଦେଖିବାକୁ ମିଳୁଛି, ଯେଉଁଥିରେ ସେ ବହୁତ ବୋଲ୍ଡ ଦେଖାଯାଉଛନ୍ତି । ଏଥିସହିତ ଏହି ଡ୍ରେସ୍ ମଧ୍ୟ ଆଲୋଚନାର ବିଷୟ ପାଲଟିଛି କାରଣ ଏହାର ମୂଲ୍ୟ ୧୫ କୋଟି ବୋଲି କୁହାଯାଉଛି ।

‘ଭର୍ସେସ୍ ବେବି’ ଗୀତରେ ଉର୍ବଶୀଙ୍କୁ ଏକ ନେଭି ବ୍ଲୁ ରଙ୍ଗର ବଡିକୋନ୍ ଡ୍ରେସ ବ୍ୟତୀତ ଏକ ନାଲି ରଙ୍ଗର ବଡିକୋନ୍ ଡ୍ରେସରେ ମଧ୍ୟ ଦେଖିବାକୁ ମିଳିଛି, ଏହା ବ୍ୟତୀତ ସେ ସୁଇମିଂ ପୁଲରେ ଏକ ବେଜ ରଙ୍ଗର ବିକିନିରେ ମଧ୍ୟ ନଜର ଆସିଛନ୍ତି । ତାଙ୍କର ସମସ୍ତ ଡ୍ରେସ୍ ଡିଜାଇନର୍ ଡୋଣ୍ଟିଲା ଭର୍ସେସ୍ ନିଜେ ଡିଜାଇନ୍ କରିଛନ୍ତି, ଯାହାର ମୋଟ ମୂଲ୍ୟ ୧୫ କୋଟି ବୋଲି କୁହାଯାଉଛି । ସୂଚନା ଅନୁଯାୟୀ, ଏହି ୬ ମିନିଟର ଭିଡିଓରେ ଉର୍ବଶୀ ରୌତେଲାଙ୍କ ଡ୍ରେସ୍ ଡିଜାଇନ୍ କରିବାକୁ ପ୍ରାୟ ୧ ବର୍ଷ ସମୟ ଲାଗିଛି ।

Report made by Sthita Pattnaik

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here