ଅପ୍ସରାଙ୍କ ‘DANGEROUS’ ଟ୍ରେଲର ରିଲିଜ, ପୁଣି ତାପମାତ୍ରା ବଢେଇଲେ ଓଡିଆ ଝିଅ ଅପ୍ସରା

ଗୁରୁବାର ସନ୍ଧ୍ୟାରେ ରିଲିଜ ହୋଇଯାଇଛି ବହୁ ଚର୍ଚ୍ଚିତ ସମଲିଙ୍ଗୀ ଫିଲ୍ମ ‘DANGEROUS’ ଟ୍ରେଲର । ମୁଖ୍ୟ ଭୂମିକାରେ ଅପସରାଙ୍କ ସହ ନଜର ଆସିଲେ ନୈନା ।

ଲୋକପ୍ରିୟ ନିର୍ମାତା ରାମ ଗୋପାଲ ବର୍ମାଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ‘ଡେନଜରିୟସ୍‌’ରେ ଦେଖିବାକୁ ମିଳିବ ଓଡିଆ ଝିଅ ଅପ୍ସରା ରାଣୀଙ୍କ ବୋଲ୍ଡ ଅନ୍ଦାଜ । ଯାହାର ଦମଦାର ଟ୍ରେଲର ରିଲିଜ ହୋଇଯାଇଛି । ଗତ ବର୍ଷ ଅପ୍ସରା ଙ୍କୁ ଅଭିନୟ ଦୁନିଆରେ ଲଞ୍ଚ କରାଇଥିଲେ ରାମ ଗୋପାଲ । ଏହା ତାଙ୍କର ଦ୍ବିତୀୟ ଫିଲ୍ମ ।

ସେହିପରି ଏହି ଫିଲ୍ମରେ ଅପ୍ସରାଙ୍କ ଅପୋଜିଟ ନଜର ଆସୁଛନ୍ତି ଅଭିନେତ୍ରୀ ନୈନା ଗାଙ୍ଗୁଲୀ । ପ୍ରଥମଥର ସମଲିଙ୍ଗୀ ଭୂମିକାରେ ଅଭିନୟ କରୁଛନ୍ତି ଏହି ଦୁଇ ଅଭିନେତ୍ରୀ । ଯାହାର ଝଲକ ଟ୍ରେଲରେ ଦେଖିବାକୁ ମିଳୁଛି ।

ଆକ୍ସନ ଡ୍ରାମା ଏବଂ ଭିନ୍ନ ପ୍ରେମ କାହାଣୀକୁ ନେଇ ଆଧାରିତ ଏହି ‘DANGEROUS’ । ଫିଲ୍ମଟି କମ ବଜେଟର ବୋଲି ଟ୍ରେଲରରୁ ଜଣାପଡୁଥିବାବେଳେ ସମଲିଙ୍ଗୀ ପ୍ରେମ ସମ୍ପର୍କକୁ କୁ ନେଇ ରାମ ଗୋପାଲ ବର୍ମା ଏକ ପରୀକ୍ଷା ମୂଳକ କାହଣୀ ଟେ ବନେଇବାକୁ ଚେଷ୍ଟା କରିଛନ୍ତି

Report made by Sthita Pattnaik

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here