କୋଭିଡ ନୀୟମାବଳୀ ଉଲଙ୍ଘନ କରିବା ଅଭିଯୋଗରେ ହୋଟେଲ ସିଲ ଓ ଜରିମାନା ଆଦାୟ : ପୁରୀ

ପୁରୀ: କୋଭିଡ ନୀୟମାବଳୀ ଉଲଙ୍ଘନ କରିବା ଅଭିଯୋଗରେ ପୁରୀ ଚକ୍ରତୀର୍ଥ ରୋଡରେ ଥିବା କ୍ରିଷ୍ଣା ପ୍ୟାଲେସକୁ ସିଲ କରାଯିବା ସହ ମାଲିକ ସୁରେଶ କୁମାର ଅଗ୍ରୱାଲଙ୍କ ଠାରୁ ୪୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଗତ ରାତିରେ ବିନାନୁମତିରେ ହୋଟେଲ ପରିସରରେ  ଜନ୍ନଦିନ ଉତ୍ସବ ପାଳନ କରିବା ଅଭିଯୋଗ ଉପରେ ପ୍ରଶାସନିକ ଅଧିକାରୀ ଓ ସମୁଦ୍ରକୂଳ ଥାନଧିକାରୀ ଶ୍ରୀ ଚିନ୍ନୟ ରାଉତ ଓ ତାଙ୍କ ଟିମ ପକ୍ଷରୁ ମିଳିତଭାବେ  ହୋଟେଲରେ ଚଢାଉ କରାଯାଇ ସିଲ କରାଯାଇଥିଲା । ଏପରିକି ଜନ୍ମଦିନ ଉତ୍ସବ ପାଳନ ବେଳେ ଉପସ୍ଥିତ ବ୍ୟକ୍ତିଙ୍କ ସଂପର୍କରେ ମଧ୍ୟ କୌଣସି ସୂଚନା ପୂର୍ବରୁ ପ୍ରଦାନ କରାଯାଇନଥିଲା । ଆଜି ତହସିଲଦାରଙ୍କ ପକ୍ଷରୁ ସଂପୃକ୍ତ ମାଲିକଙ୍କ ଠାରୁ ଉକ୍ତ ଜରିମାନା ରାଶି ଆଦାୟ କରାଯିବା ସହ ଭବିଷ୍ୟତରେ କୋଭିଡ କଟକଣାର ଉଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି  । ଜିଲ୍ଲାରେ ସଂକ୍ରମଣକୁ ରୋକିବା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି ଏବଂ କୋଭିଡ କଟକଣା ତଥା ଲକଡାଉନ ଓ ସଟଡାଉନକୁ କଡାକଡି ପାଳନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଉଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here