ଧର୍ମପ୍ରାଣ ମହିଳାଙ୍କ ବିୟୋଗରେ ଜନଶକ୍ତି ପାର୍ଟିର ଶୋକ ପାଳନ ।

କେନ୍ଦ୍ରାପଡା: ଆଜି କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ବଡହାଟଠାରେ ପୂର୍ବାହ୍ନ ୧୧ ଘଟିକା ସମୟରେ ସମସ୍ତ ସାମାଜିକ ଦୂରତା ରକ୍ଷାକରି କୋଭିଡ୍ ଗାଇଡ୍ ଲାଇନ୍ ପାଳନ ମୁତାବକ ରାଜ୍ୟ ଜନଶକ୍ତି ପାର୍ଟିର ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାଶଙ୍କ ସଭାପତିତ୍ବରେ ଶୋକସଭା ସହିତ ୨ମିନିଟ୍ ପାଇଁ ଏକ ନୀରବ ପ୍ରାର୍ଥନା କରାଯାଇଥିଲା । ଶ୍ରୀମତୀ ଦାସ ଏବଂ ବାଞ୍ଛାନିଧି ଦାସ ଚାରିଟେବୁଲ୍ ଟ୍ରଷ୍ଟର ମୂଖ୍ୟ ପୃଷ୍ଠ ପୋଷକ କାଥେରିନ୍ ଦାସ ଜଣେ ମହୀୟସୀ,ଧର୍ମ ପରାୟଣ ମହିଳା ଥିଲେ ସମାଜର ତଳସ୍ତରର ମଣଷ ମାନଙ୍କ ପାଖରେ ପହଞ୍ଚି ଦୈବି ଦୁର୍ବିପାକ ହେଉ କିମ୍ବା କୋଭିଡ୍ ସମୟରେ ସମସ୍ତ ପ୍ରକାର ଆର୍ଥିକ ସହାୟତା, ଗରିବ ଶ୍ରେଣୀର ପିଲାମାନଙ୍କୁ ପାଠ୍ୟ ପୁସ୍ତକ ସହିତ ବିବାହ ଖର୍ଚ୍ଚ ବହନ କରି ଆସୁଥିବା ସେହି ମହାନ ବ୍ୟକ୍ତିତ୍ୱର ଅଧିକାରିଣୀ ଭାବେ ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ଜଣେ ସୁପରିଚିତ ସମାଜସେବୀଙ୍କ ପରିବାରକୁ ଶକ୍ତି ଦେବା ପାଇଁ ତାଙ୍କ ବକ୍ତବ୍ୟରେ ଶ୍ରୀଯୁକ୍ତ ଦାଶ ନିବେଦନ କରିଥିଲେ  । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଧୀରେନ୍ଦ୍ର କୁମାର ଦାସ, ଓକିଲ ସୁବାଷ ରାଉତ, ପିତବାସ ଦାସ, ନାରାୟଣ ମଲ୍ଲିକ, ଆଇନଜୀବୀ ବିଚିତ୍ର ବାରିକ୍, ନାରାୟଣ ଦାସ ଓ ଜ୍ଞାନ ରଞନ ଦାଶଙ୍କ ସମେତ ଦଳିତ ନେତା ବିବେକ ନାୟକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଶ୍ରୀମତୀ ଦାସଙ୍କ ଜୀବନାଦର୍ଶକୁ ନେଇ ସ୍ମୃତି ଚାରଣ କରିବା ସହିତ ପ୍ରଭୁ ଶ୍ରୀ ଶ୍ରୀ ଶିଦ୍ଧ ବଳଦେବଜୀଉଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିବା ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧିଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here