ବ୍ଲାକ୍ ଏବଂ ହ୍ୱାଇଟ୍ ଫଙ୍ଗସ୍ ପରେ ଏବେ ଦେଶରେ ଦେଖାଦେଇଛି ୟେଲୋ ଫଙ୍ଗସ୍ ସଂକ୍ରମଣ; ଜାଣନ୍ତୁ କାହିଁକି ଏହା ଅଧିକ ବିପଜ୍ଜନକ I

ନୂଆଦିଲ୍ଲୀ: ଦେଶରେ ବ୍ଲାକ୍‌ ଫଙ୍ଗସ୍ ସଂକ୍ରମଣର ବୃଦ୍ଧି ପାଉଥିବା ବେଳେ ଉତ୍ତରପ୍ରଦେଶର ଗାଜିଆବାଦରୁ ୟେଲୋ ଫଙ୍ଗସ୍ ସଂକ୍ରମିତ ହୋଇଥିବା ପ୍ରଥମ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ଉଭୟ ବ୍ଲାକ୍‌ ଏବଂ ହ୍ବାଇଟ୍‌ ଫଙ୍ଗସ୍ ଅପେକ୍ଷା ୟେଲୋ ଫଙ୍ଗସ୍ ଅଧିକ ବିପଜ୍ଜନକ।

ଉକ୍ତ ରୋଗୀ ବର୍ତ୍ତମାନ ENT ସର୍ଜନ ବ୍ରିଜପାଲ ତ୍ୟାଗୀଙ୍କ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଜାଣନ୍ତୁ ୟେଲୋ ଫଙ୍ଗସର ଲକ୍ଷଣ ସମ୍ପର୍କରେ;

ୟେଲୋ ଫଙ୍ଗସର ଲକ୍ଷଣ ହେଉଛି ଆଳସ୍ୟ, କମ୍ ଭୋକ, କିମ୍ବା ଆଦୌ ଭୋକ ନହେବା ଏବଂ ଓଜନ ହ୍ରାସ।

ତଥ୍ୟ ଅନୁଯାୟୀ ୟେଲୋ ଫଙ୍ଗସ ବ୍ଲାକ୍‌ ଫଙ୍ଗସ୍ ଏବଂ ହ୍ବାଇଟ୍‌ ଫଙ୍ଗସ୍ ଅପେକ୍ଷା ଅଧିକ ବିପଜ୍ଜନକ ହୋଇଥାଏ।
ତେଣୁ ଏହାର କୌଣସି ଲକ୍ଷଣ ଦେଖାଯିବା ମାତ୍ରେ ତୁରନ୍ତ ଚିକିତ୍ସା କରାଯିବା ଉଚିତ। ଅତି ଗମ୍ଭୀର ପରିସ୍ଥିତିରେ ଏହା ପୁଷ୍ଟିହୀନତା, କୌଣସି ଅଙ୍ଗ ନଷ୍ଟ କିମ୍ବା ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ କ୍ଷତି ପହଞ୍ଚାଇବା ଭଳି ସମସ୍ୟା ସୃଷ୍ଟି କରିପାରେ।

ରିପୋର୍ଟ ଅନୁଯାୟୀ ୟେଲୋ ଫଙ୍ଗସ୍ ପାଇଁ ଏକମାତ୍ର ଚିକିତ୍ସା ହେଉଛି ଆମ୍ଫୋଟେରାଇସିନ୍ ବି ଇଞ୍ଜେକ୍ସନ୍, ଯାହା ଏକ ବ୍ୟାପକ ସ୍ପେକ୍ଟ୍ରମ୍ ଆଣ୍ଟିଫଙ୍ଗାଲ୍ ଔଷଧ।

ୟେଲୋ ଫଙ୍ଗସର କାରଣ;

ୟେଲୋ ଫଙ୍ଗସ୍ ସଂକ୍ରମଣ ମୁଖ୍ୟତଃ ଖରାପ ସ୍ୱଚ୍ଛତା ଦ୍ୱାରା ହୋଇଥାଏ। ଆପଣଙ୍କ ଘରର ଚାରିପାଖକୁ ପରିଚ୍ଛନ ଏବଂ ଏହାକୁ ଯଥାସମ୍ଭବ ସଫା ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବ୍ୟାକ୍ଟେରିଆ ଏବଂ ପଙ୍ଗସ୍‌ ବୃଦ୍ଧିକୁ ରୋକିବା ପାଇଁ ହେଲେ ବାସୀ ବା ବହୁ ଦିନର ଖାଦ୍ୟପଦାର୍ଥକୁ ଯଥାଶୀଘ୍ର ବାହାର କରିଦିଅନ୍ତୁ।

ଘରର ଆର୍ଦ୍ରତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଅତ୍ୟଧିକ ଆର୍ଦ୍ରତା ବ୍ୟାକ୍ଟେରିଆ ଏବଂ ପଙ୍ଗସ୍‌ ବୃଦ୍ଧିରେ ସହାୟକ ହୋଇପାରେ। ସଠିକ ଆର୍ଦ୍ରତା ସ୍ତର ୩୦ ରୁ ୪୦ ପ୍ରତିଶତ ହୋଇଥାଏ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here