“ଖେଲା ହୋବେ” ମମତାଙ୍କ ରାଜନୈତିକ ପ୍ରଚାର ନଥିଲା ବରଂ ଟିଏମସି କ୍ୟାଡରଙ୍କ ଆକ୍ରମଣାତ୍ମକ ହିଂସାର ନ୍ୟାରା ଥିଲା: ଅନିତା ଶୁଭଦର୍ଶିନୀ

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଘଟୁଥିବା ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛି। ଗତ କାଲିଠାରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ବେଳେ ହିଂସା ପ୍ରତିବାଦରେ ଆଜି ବିଜେପି ଓଡ଼ିଶା ସମେତ ଦେଶବ୍ୟାପୀ ପାଳନ କରୁଛି ଉପବାସ ପ୍ରତିବାଦ। ପଶ୍ଚିମବଙ୍ଗରେ ଘଟୁଥିବା ହିଂସା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବିଜେପି ରାଜ୍ୟ ଉପାଧ୍ୟକ୍ଷା ଅନିତା ଶୁଭଦର୍ଶିନୀ କହିଛନ୍ତି, “‘ଖେଲା ହୋବେ ମମତା ବାନାର୍ଜୀଙ୍କ ପାଇଁ କେବେ ବି ରାଜନୈତିକ ପ୍ରଚାର ନଥିଲା ବରଂ ବିଜେପି କାର୍ଯ୍ୟକର୍ତ୍ତା ଏବଂ ସମର୍ଥକଙ୍କ ଉପରେ ଟିଏମସି କ୍ୟାଡରଙ୍କ ଅସଭ୍ୟ, ନିର୍ଦ୍ଦୟ ଓ ଆକ୍ରମଣାତ୍ମକ ହିଂସାର ନ୍ୟାରା ଥିଲା। ମମତା ବାନାର୍ଜୀଙ୍କୁ ନିଜକୁ ଲଜ୍ଜା ଲାଗିବା କଥା ଯେ “ମା ମାଟି ମାନୁସ’ କଥା କହି ନିର୍ବାଚନ ଜିତିବା ପରେ ଏହା କେଉଁ ଭଳି ମା’ ମାନଙ୍କୁ ସମ୍ମାନ?

 ମମତା ବାନାର୍ଜୀଙ୍କୁ ମନେ ରଖିବା ଦରକାର ଯେ ରାଜନୀତିରେ ହିଂସାର ସ୍ଥାନ ନାହିଁ। ଏହିପରି ଘଟଣାକୁ ମୁଁ କଡ଼ା ଭାଷାରେ ନିନ୍ଦା କରୁଛି। ଟିଏମସିର ଏପରି ଆକ୍ରମଣ ବିରୋଧରେ ତଥା ଭାରତୀୟ ଗଣତନ୍ତ୍ରର ସୁରକ୍ଷା ଓ ଶାନ୍ତି ପାଇଁ ମୋ ବାସଭବନରେ ଉପବାସ କରି ପ୍ରତିବାଦ କରୁଛି।”

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here