ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ମତଦାନ, ୩୫ ଆସନ ପାଇଁ ଚାଲିଛି ଭୋଟିଂ I

ପଶ୍ଚିମବଙ୍ଗ : କରୋନା ସଂକ୍ରମଣ ବୃଦ୍ଧି ଭିତରେ ଆଜି ପଶ୍ଚିମବଙ୍ଗରେ ଅଷ୍ଟମ ତଥା ଶେଷ ପର୍ଯ୍ୟାୟ ମତଦାନ ହେଉଛି । ୩୫ଟି ଆସନରେ ୨୮୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୮୪ ଲକ୍ଷରୁ ଅଧିକ ଭୋଟର । ପ୍ରାୟ ୧୧ ହଜାର ୮୬୦ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ୩୦ ଯାଏ ଭୋଟ୍ ଗ୍ରହଣ ଚାଲିବ ।

କଡ଼ା ସୁରକ୍ଷା ମଧ୍ୟରେ ଭୋଟ୍ ପାଇଁ ୬୪୧ କମ୍ପାନୀ କେନ୍ଦ୍ରୀୟ ବଳ ମୁତୟନ ହୋଇଛନ୍ତି । ବୀରଭୂମ ଜିଲ୍ଲାରେ ୨୨୪ କମ୍ପାନୀଙ୍କୁ ମୁତୟନ କରାଯାଇଥିବା ବେଳେ ମୁର୍ଶିବାଦ ଏହଂ ବୀରଭୂମର ୧୧ଟି ଲେଖାଏ ସିଟ୍, ମାଲଦାର ୬ଟି ସିଟ୍ ଏବଂ କୋଲକାତାର ୭ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି । ଭୋଟ୍ ଗ୍ରହଣ ପ୍ରକ୍ରିୟାରେ କୋଭିଡ୍ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here