ଜଗତସିଂହପୁର ରେ 28ତମ ରାଜ୍ୟ ସ୍ତରୀୟ ବଲ ବ୍ୟାଡମିଣ୍ଟନ ଚମ୍ପିୟାନସିପ ଉଦଘାଟିତ।

ଜଗତସିଂହପୁର ଠାରେ ୨୮ ତମ ରାଜ୍ୟ ସ୍ତରୀୟ ବଲବ୍ୟାଡମିଣ୍ଟନ ଚମ୍ପିଆନସିପ ଉଦଘାଟିତ ହୋଇଯାଇଛି ।ଜିଲ୍ଲା ସଦର ମହକୁମା ଖେରସ ଠାରେ ଆୟୋଜିତ ଏହି ଚାମ୍ପିଆନସିପକୁ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ ।ଏହି ରାଜ୍ୟ ସ୍ତରୀୟ ଚାମ୍ପିଆନସିପରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୪ଟିମ ଭାଗ ନେଇଛନ୍ତି ।ଦୁଇ ଦିନ ଧରି କ୍ରୀଡା ମହାକୁମ୍ଭ ଚାଲିବାକୁ ଥିବା ବେଳେ ଏଥିରେ କୃତକାର୍ଯ୍ୟ ଖେଳାଳିମାନେ ଆସନ୍ତା ମାସରେ ଜୟପୁର ଠାରେ ଜାତୀୟ ଖେଳ ପାଇଁ ମନୋନୀତ ହେବେ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ନଗରପାଳ ମଧୁସୂଦନ ସାହୂ,ସମାଜସେବୀ ଦେବୀପ୍ରସାଦ ଚୌଧୁରୀ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସାରଦା ପ୍ରସାଦ ସ୍ଵାଇଁ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।ରାଜ୍ୟ ବଲ ବ୍ୟାଡମିଣ୍ଟନ ସମ୍ପାଦକ ସୁକାନ୍ତ କୁମାର ସ୍ବାଇଁ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ଜିଲା ବଲ ବ୍ୟାଡମିଣ୍ଟନ ସଭାପତି ସୌଭାଗ୍ୟ ରଂଜନ ପରିଡା ଓ ସମ୍ପାଦିକା ସୁନିତା ସ୍ବାଇଁ ପ୍ରମୁଖ ସଂଘର ସମସ୍ତ କର୍ମ କର୍ତା ପରିଚାଳନା କରିଥିଲେ।

ଜଗତସିଂହପୁର ରୁ ଜିଲ୍ଲା ପ୍ରତିନଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ  Odisha1.TV |

ବାଇଟ୧-ଅମରେନ୍ଦ୍ର ଦାସ(ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ)

ବାଇଟ୨-ନିହାରିକା ସ୍ଵାଇଁ(ସିନେ ଅଭିନେତ୍ରୀ)

ବାଇଟ୩-ସୁନିତା ସ୍ଵାଇଁ(ସମ୍ପାଦକ,ଜଗତସିଂହପୁର ଜିଲ୍ଲା ବଲ ବ୍ୟାଡମିଣ୍ଟନ ଆସୋସିଏସନ)

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here