ଜଗତସିଂହପୁର ଭାରତୀୟ ଜନତା ପାର୍ଟି ର ଜିଲା କାର୍ଯ୍ୟ କାରିଣୀ ବୈଠକ।

ଜଗତସିଂହପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଥାନୀୟ ଶାରଦା ମଣ୍ଡପ ଠାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ବିଜେପି ମହିଳା ମୋର୍ଚା ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ ଯୋଗ ଦେଇ ଆଗାମୀ ଦିନରେ ଦଳକୁ କିପରି ଆହୁରି ମଜବୁତ କରାଯିବ ସେ ବାବଦରେ କର୍ମକର୍ତ୍ତାମାନଙ୍କୁ କହିଥିଲେ ।ଏହା ସହିତ ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନ ରହିଥିବାରୁ ପୂର୍ବ ଅପେକ୍ଷା  ରଣନୀତିକୁ ଆହୁରୀ ଅଧିକ କ୍ରିୟାଶୀଳ କରିବା ପାଇଁ ମହିଳା ଉପସଭାନେତ୍ରୀ ଗୁରୁମନ୍ତ୍ର ଦେଇଥିଲେ ।ଏହା ସହିତ ଜିଲ୍ଲାରେ ସମସ୍ତ ଚାଷୀଙ୍କ ଠାରୁ କିପରି ଧାନ କିଣାଯିବ,ଡ୍ରେନେଜ ସମସ୍ୟାର ସମାଧାନ,ଶିଳ୍ପ ସମୃଦ୍ଧ ଜଗତସିଂହପୁର  ଜିଲ୍ଲାରେ ଆତ୍ମନିଯୁକ୍ତି ସୃଷ୍ଟି କରିବା ଆଦି ଦାବି ଗୁଡିକ ଉପରେ ଆଲୋଚନା କରାଯାଇ ଆଗାମୀ ଦିନରେ କିପରି ଦଳୀୟ ସଙ୍ଗଠନକୁ ଆଗକୁ ନିଆଯିବ ସେ ବାବଦରେ ନେତା ଓ କର୍ମୀମାନଙ୍କ ସହିତ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ,ବରିଷ୍ଠ ବିଜେପି କର୍ମକର୍ତା ରାଜକିଶୋର ବେହେରା, ସଂପଦ ସ୍ବାଇଁ,ଶିବବ୍ରତ ଦାସ,ସଂଜୟ ମହାନ୍ତି, ଜିଲା ସାଧାରଣ ସମ୍ପାଦକ ଜଗନ୍ନାଥ ଦାସ,ଜିଲା ଉପସଭାପତି ସୌଭାଗ୍ୟ ମହାନ୍ତି, ସମ୍ବିତ ବେହୁରା, ମନୋଜ ଶୁକ୍ଳା, କ୍ରୀଷ୍ଣା ମହାନ୍ତି, ସମୀର ନାୟକ ପ୍ରମୁଖ କର୍ମକର୍ତ୍ତା ମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

 ଜିଲାଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ Odisha1.TV |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here