ବିଶ୍ଵ ବନ ଦିବସରେ ଡାବୁଗାଁରୁ ୩ ଜଣ ସମ୍ମାନୀତ :

ଡାବୁଗାଁ, ୨୧/୩ ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳକୁ  ବିଶ୍ଵ ବନ ଦିବସ ପାଳନ ଅବସରରେ ୪ ଟି  ସମ୍ମାନ ମିଳିଛି | ରବିବାର ନବରଙ୍ଗପୁର ଜିଲା ସଦରମହକୁମା ସ୍ଥିତ ଚରକ ବନ ଠାରେ ଅନୁଷ୍ଠିତ ବିଶ୍ଵ ବନ ଦିବସ ପାଳନ ଅବସରରେ ଡାବୁଗାଁ ବନାଞ୍ଚଳ ଅଧୀନ କୋଇଲାରୀ ଗ୍ରାମ ପଞ୍ଚାୟତକୁ ଶ୍ରେଷ୍ଠ ଗ୍ରାମପଞ୍ଚାୟତ ଭାବେ ୨୦ ହଜାର ଟଙ୍କାର ଚେକ ଓ ମାନପତ୍ର ସମ୍ପୃକ୍ତ ସରପଞ୍ଚ ଚନ୍ଦ୍ରୀ ଭତ୍ରାଙ୍କୁ ପୁରସ୍କୃତ କରାଯାଇଥିଲା | ଶ୍ରେଷ୍ଠ ବନ ସୁରକ୍ଷା ସମିତି ଭାବେ ଚାରଗାଁ ବନ ସୁରକ୍ଷା ସମିତିର ସଭାପତି ସନସାଏ ମାଝୀଙ୍କୁ ୨୦ ହଜାର ଟଙ୍କାର ଚେକ ଓ ମାନପତ୍ର ପ୍ରଦାନ କରଯାଇଥିଲା | ସାପଧରଗୁଡା ବନ ସୁରକ୍ଷା ସମିତିକୁ ପ୍ରକୃତି ମିତ୍ର ପୁରସ୍କାର ବାବଦକୁ  ୨୦ ହଜାର ଟଙ୍କାର ଚେକ ଓ ମାନପତ୍ର ସମ୍ପୃକ୍ତ ସଭାପତି ବୈଶାଖୁ ଗାଣ୍ଡା ଙ୍କୁ ପ୍ରଦାନ କରାଯାଇଥିଲା | ପ୍ରକୃତି ବନ୍ଧୁ ଭାବେ ଧନସରା ଗ୍ରାମର ରାମଚନ୍ଦ୍ର ଭାଟଙ୍କୁ ୧୦ ହଜାର ଟଙ୍କାର ଚେକ ସହ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ଜିଲାପାଳ ଡାଃ ଅଜିତ କୁମାର ମିଶ୍ର, ଜିଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମୀନା, ବନଖଣ୍ଡ ଅଧିକାରୀ ମଗର ଧନଜୀ ରାଓସୋ, ସହକାରୀ ବନ ସଂରକ୍ଷକ ଧନୁର୍ଜୟ ମହାପାତ୍ର ଓ ମନସୁନ ଖେମୁଣ୍ଡୁ ପ୍ରମୁଖ ଉପସ୍ଥିତ ଥିଲେ |                                                                        

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here