ଚାରି ଜଣ ଲୁଟେରା ଗିରଫ ୪୧୧ ବସ୍ତା ମକା ଉଦ୍ଧାର : ନବରଙ୍ଗପୁର.

 ଡାବୁଗାଁ, ୨୧/୩ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧିନସ୍ଥ ଜଟାବାଲରୁ ଲୁଟ ହୋଇଥିବା ମକା ବୋଝେଇ ଟ୍ରକ୍ କୋରାପୁଟ ଜିଲ୍ଲା କୁନ୍ଦୁରାରୁ ଉଦ୍ଧାର ହୋଇଛି । ଏଥିସହ ଚୋରି ହୋଇଥିବା ସମସ୍ତ ମକାକୁ ଜବତ କରିବା ସହ ମାଷ୍ଟର ମାଇଣ୍ଡ ସମେତ ୪ଜଣ ଲୁଟେରାଙ୍କୁ ଗିରଫ କରିବାର ସଫଳ ହୋଇଛି ନବରଙ୍ଗପୁର ପୁଲିସ | ଗିରଫ ୪ଜଣ ହେଲେ ମାଷ୍ଟର ମାଇଣ୍ଡ କୁହାଯାଉଥିବା କୁନ୍ଦୁରା ଗ୍ରାମର ନିଳୟ ରଂଜନ ମଣ୍ଡଳ, ପ୍ରମୋଦ ଜାଲି, ନବରଙ୍ଗପୁରର ଭୂବନ ଗରଡ଼ା ଓ ଉମୁରିର ବୁଟି ହରିଜନ । ଏନେଇ ଡାବୁଗାଁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ସୂଚନା ଅନୁଯାୟୀ :- ଗତ ୧୪ ତାରିଖ ଦିନ ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରୁ ଜଣେ ବ୍ୟବସାୟୀ ୪୧୧ବସ୍ତା ମକା କିଣି ଏକ ଟ୍ରକ୍ ( ଓଡି ୦୬ ଏ – ୨୨୩୦ ) ରେ ଖୋର୍ଦ୍ଧା ଅଭିମୁଖେ ନେବା ପାଇଁ ବାହାରିଥିଲେ । ଉକ୍ତ ଗାଡ଼ିର ଡ୍ରାଇଭର ଥିଲେ ବୌଦ୍ଧ ଜିଲ୍ଲା ଗଣ୍ଡା ଗ୍ରାମର ପ୍ରଶାନ୍ତ ବାଘ । ସନ୍ଧ୍ୟା ସମୟରେ ରାଇଘରରୁ ଉକ୍ତ ମକା ବୋଝେଇ ଟ୍ରକ୍ ବାହାରିଥିବା ବେଳେ ଗାଡ଼ିରେ କେବଳ ଡ୍ରାଇଭର ହିଁ ଥିଲେ । ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ଏକ ବୋଲେରୋରେ ଉକ୍ତ ଟ୍ରକକୁ ପିଛା କରିଥିଲେ | ଡାବୁଗାଁ ଥାନା ଅନ୍ତର୍ଗତ ଜଟାବାଲ ନିକଟସ୍ଥ ଏକ ନିର୍ଜନ ସ୍ଥାନ ଦେଖି ଦୁର୍ବୃତ୍ତ ମାନେ ଟ୍ରକକୁ ଅଟକାଇ ଡ୍ରାଇଭର ଏବଂ ଟ୍ରକକୁ ଲୁଟ କରିଥିଲେ ପରେ ଦୁର୍ବୃତ୍ତ ମାନେ ଉକ୍ତ ଟ୍ରକକୁ ନେଇ ପାପଡ଼ାହାଣ୍ଡି , କୋଡ଼ିଙ୍ଗା , କୋଷାଗୁମୁଡ଼ା , ରାଜୋଡ଼ା , କୋଟପାଡ ଓ କୁସୁମି ଦେଇ କୁନ୍ଦୁରା ଗ୍ରାମରେ ପହଞ୍ଚିଥିଲେ କୁନ୍ଦୁରାରେ ନିଳୟ ରଂଜନ ମଣ୍ଡଳଙ୍କ ଗୋଦାମରେ ସମସ୍ତ ମକା ଓହ୍ଲାଇ ଟ୍ରକ୍ ଏବଂ ଡ୍ରାଇଭରକୁ ଉକ୍ତ ରାତିରେ ହଁ କୋଟପାଡ଼ ଥାନା ଅନ୍ତର୍ଗତ ଫୁଫୁଗାଁ ନିକଟରେ ଛାଡ଼ି ଚାଲିଯାଇଥିଲେ । ଡ଼ାଇଭର ପ୍ରଶାନ୍ତ ଏନେଇ ଡାବୁଗାଁ ଥାନାରେ ପହଞ୍ଚି ଏତଲା ଦେଇଥିଲେ । ତେବେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମୀନା ଏହି ମାମଲାକୁ ଗୁରୁତର ସହ ଗ୍ରହଣ କରି ପାପଡ଼ାହାଣ୍ଡି ଏସଡିପିଓ ଆଦିତ୍ୟ ସେନ , ନବରଙ୍ଗପୁର ଆନା ଅଧିକାରୀ ତାରିକ ଅହମ୍ମଦ, ଡ଼ାବୁଗାଁ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ବେହୁରିଆ ଓ କୋଷାଗୁମୁଡ଼ା ଥାନା ଅଧିକାରୀ ନଟବର ନନ୍ଦଙ୍କୁ ନେଇ ୪ଟି ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ । ଗାଡ଼ିର ଗତିବିଧିକୁ ଧରିବା ପାଇଁ ସମସ୍ତ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଯାଞ୍ଚ କରିବା ପରେ କୋଟପାଡ଼ ପୁଲିସ ସହାୟତାରେ କୁନ୍ଦୁରାରେ ପହଞ୍ଚିବାରେ ସକ୍ଷମ ହୋଇଥିଲେ । ପୁଲିସ ପକ୍ଷରୁ ମାଷ୍ଟର ମାଇଣ୍ଡ କୁହାଯାଉଥିବା କୁନ୍ଦୁରା ଗ୍ରାମର ନିଳୟ ରଂଜନ ମଣ୍ଡଳ , ପ୍ରମୋଦ ଜାଲି , ନବରଙ୍ଗପୁରର ଭୂବନ ଗରଡ଼ା ଓ ଉମୁରିର ବୁଟି ହରିଜନଙ୍କୁ କାବୁ କରି ତଦନ୍ତ ଜାରି ରଖିଥିଲେ । ପରେ ସମସ୍ତ ମକା ନିଳୟ ରଂଜନ ମଣ୍ଡଳ ନିଜ ଗୋଦାମରେ ମହଜୁଦ କରି ରଖିଥିବା ପୁଲିସ ନିକଟରେ ସ୍ୱୀକାର କରିଥିଲା । ତେବେ ୨୧୦ ବସ୍ତା ମକାକୁ ପ୍ରମୋଦ ଜାଲିକୁ ବିକ୍ରି କରିଦେଇଥିଲା ବେଳେ ବଳକା ୨୦୧ ବସ୍ତା ବୈପାରିଗୁଡ଼ାରେ ଜଣେ ବ୍ୟବସାୟୀଙ୍କୁ ବିକ୍ରି କରି ଦେଇଥିବା ପୁଲିସ ନିକଟରେ ପ୍ରକାଶ କରିଥିଲା । ପୁଲିସ ସମସ୍ତ ମକାକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା । ମକାର ଦାମ ୪ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଜଣାପଡ଼ିଛି । ଏ ନେଇ ଡାବୁଗାଁ ଥାନାରେ କେସ୍ ନଂ – ୪୮/୨୧ ରେ ମାମଲା ରୁଜୁ ହୋଇ ତଦନ୍ତ ଜାରି  ରହିଛି । ଏହି ଘଟଣାରେ ଆହୁରି ୪ ଜଣ ବ୍ୟକ୍ତି ଥିବା ସନ୍ଦେହ କରି ତଦନ୍ତ ଜାରି ରହିଥିବା ପୁଲିସ ସୂଚନା ଦେଇଛି ।                                                                                     

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here