ପାନୀୟ ଜଳ ସମସ୍ୟା ନେଇ ଡଙ୍ଗରିଗୁଡା ପମ୍ପ ହାଉସ ରେ ତାଲା ପକାଇଲେ ଗ୍ରାମବାସୀ :

 ଡାବୁଗାଁ, ୨/୩ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧିନ ଡଙ୍ଗରିଗୁଡା ପଞ୍ଚାୟତ ରେ ପାଣିସମସ୍ୟା କୁ ଆଧାର କରି ଡଙ୍ଗରିଗୁଡା ପଞ୍ଚାୟତ ର ବିଭିନ୍ନ ୱାର୍ଡ ର ମହିଳା ମାନେ ସୋମବାର ଡଙ୍ଗରିଗୁଡା ଗ୍ରାମରେ ଥିବା ପମ୍ପ ହାଉସ ରେ ତାଲା ପକାଇଥିଲେ । ଗ୍ରାମବାସୀ ବାରମ୍ବାର  ବିଭାଗୀୟ ଅଧିକାରୀ , ଡାବୁଗାଁ ଗୋଷ୍ଟି ଉନ୍ନୟନ ଅଧିକାରୀ ରଂଜିତା ମେରୀ ନାୟକ , ଡଙ୍ଗରିଗୁଡା ସରପଞ୍ଚ ଅମ୍ବିକା ମାଝୀ   ଓ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଙ୍କୁ ଏହି ବିଷୟରେ ଜଣାଇଥିଲେ ମଧ୍ୟ ଡଙ୍ଗରିଗୁଡା ପଞ୍ଚାୟତ ରେ ବର୍ତ୍ତମାନ ପର୍ଯ୍ୟନ୍ତ ପାନୀୟ ଜଳର ସମସ୍ୟା ରହିଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ ।ବାରମ୍ବାର ଅଭିଯୋଗ କରିବାପରେ କୌଣସି ଉପାୟ ନ ପାଇ  ସୋମବାର ଏହି ସମସ୍ୟା ନେଇ ବିକ୍ଷୋଭ ଜଣାଇ ଡଙ୍ଗରିଗୁଡା ପଞ୍ଚାୟତ ର ବିଭିନ୍ନ ୱାର୍ଡ ରେ ପାନୀୟ ଜଳ ର ଅଭାବ ଥିବା ଯୋଗୁଁ ଡଙ୍ଗରିଗୁଡା ଗ୍ରାମରେ ଥିବା ପମ୍ପ ହାଉସ ରେ   ଡଙ୍ଗରିଗୁଡା  ପଂଚାୟତ ସଦର ମହକୁମା ର ମହିଳା ମାନେ ତାଲା ପକାଇ ଥିଲେ । ଆଗାମୀ ଦିନରେ ଯଦି ଏହାର ସମାଧାନ ନ ହୁଏ, ତେବେ ମହିଳ।ମ।ନେ ରାଜ ରାସ୍ତା କୁ ଓଲ୍ହାଇବେ ବୋଲି ମତ ବ୍ୟକ୍ତ କରିଥିଲେ । ତାଲା ପକାଇବା ସମୟରେ ଡଙ୍ଗରିଗୁଡା ପଞ୍ଚାୟତର ସରପଞ୍ଚ ଅମ୍ବିକା ମାଝୀ  ଓ ୫୦ ରୁ ଉର୍ଦ୍ଧ୍ବ ମହିଳା  ସେଠାରେ ଉପସ୍ଥିତ ଥିଲେ ।ପମ୍ପ ହାଉସ ଟି ତାଲା ପଡି ରହିଛି,ଯେ ପର୍ଯ୍ୟନ୍ତ ଉକ୍ତ ସମସ୍ଯା ର ସମଧାନ ନ ହୋଇଛି,ସେ ପର୍ଯ୍ୟନ୍ତ ଗ୍ରାମର ମହିଳା ମାନେ ତାଲା ଖୋଲିବେ ନାହିଁ ବୋଲି ମହିଳା ମାନେ ମତ ବ୍ୟକ୍ତ କରିଥିଲେ।

    ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା,Odisha1.TV |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here