ଜଗତସିଂହପୁର ଜିଲ୍ଲା ଦଳିତ ବିକାଶ ପରିଷଦ ପକ୍ଷରୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର।

ଜଗତସିଂହପୁର  ଜିଲ୍ଲା ଦଳିତ ବିକାଶ ପକ୍ଷରୁ ପିପିଏଲ ର ବୈମାତ୍ରକ ନୀତି ନେଇ ଆଜି ଜିଲ୍ଲା ପାଳ ଙ୍କ ଜରିଆରେ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲା ଦଳିତ ବିକାଶ ପରିଷଦ ର ସଭାପତି ଶଙ୍କର ଦାସଙ୍କ ନେତ୍ତୃତ୍ୱରେ ପଚାଶ ରୁ ଉର୍ଦ୍ଧ୍ବ ଅନୁସୂଚିତ ଜାତି ଓ ଜନଜାତି ସଦସ୍ୟ ମାନେ ଯୋଗଦେଇ ପାରାଦ୍ୱୀପ ଠାରେ ଥିବା ପିପିଏଲ ବିରୁଦ୍ଧରେ ଗର୍ଜିଥିଲେ।ରାଷ୍ଟ୍ରପତି ଙ୍କ ଅନୁମୋଦନ କ୍ରମେ ପିପିଏଲ ରେ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ ପାଈଁ ସ୍ଥାନ ସଂରକ୍ଷଣ ରହିବା କଥା।ତେବେ ପିପିଏଲ କତ୍ତୃପକ୍ଷ ରାଷ୍ଟ୍ରପତି ଙ୍କ ଚୁକ୍ତିନାମା କୁ ଉଲଂଘନ କରି ଅନୁସୂଚିତଜାତି ଓ ଜନଜାତି ବର୍ଗର ଲୋକଙ୍କୁ ବହିଷ୍କାର କରିବା ସହ ପିପିଏଲ ଏରିଆ ଛାଡିବାକୁ ମଧ୍ୟ ବାଧ୍ୟ କରୁଥିବା ଦଳିତ ବିକାଶ ପରିଷଦ ସଭାପତି କହିବା ସହ ଏହା ସମ୍ବିଧାନ ବିରୋଧୀ ବୋଲି କହିଛନ୍ତି।ତେବେ ପିପିଏଲ ଯଦି ଏଭଳି ଅତ୍ୟାଚାର କରେ ପିପିଏଲ ବିରୋଧରେ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ Odisha1.TV|

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here