ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟ କାରିଣୀ ବୈଠକ।

ଜଗତସିଂହପୁର ଜିଲ୍ଲା ଯୁବକଂଗ୍ରେସ ପକ୍ଷରୁ ସ୍ଥାନୀୟ ସାରଦା ମଣ୍ଡପ ପରିସରରେ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲା ଯୁବକଂଗ୍ରେସ ସଭାପତି ପ୍ରଶାନ୍ତ ମଲିକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକ ରେ ରାଜ୍ୟ ଯୁବକଂଗ୍ରେସ ସଭାପତି ଡ଼ଃ ସ୍ମୃତିରଞ୍ଜନ ଲେଙ୍କା,ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବି ବିଶ୍ୱାଳ,ବାଲିକୁଦା ଏରସମା ର ପୂର୍ବତନ ବିଧାୟକ ଡ଼ଃ ଲଲାଟେନ୍ଦୁ ମହାପାତ୍ର,ପୂର୍ବତନ ସାଂସଦ ପ୍ରାଥିନି ପ୍ରତିମା ମଲିକ,ଜିଲାକଂଗ୍ରେସ ସଭାପତି ନଟବର ବାରିକ ପୂର୍ବତନ ଜିଲା କଂଗ୍ରେସ ସଭାପତି ରବିନ୍ଦ୍ର ନାଥ ମହାନ୍ତି,ଯୁବ ନେତା ତଥା ଆଇନ ଜୀବୀ ଡ଼ଃ. ସୁଶାନ୍ତକୁମାର କାନୁନଗୋ,ପୂର୍ବତନ ପୌରାଧକ୍ଷ ବିପ୍ଳବ ଚୌଧୁରୀଙ୍କ ସହିତ ବହୁ ବରିଷ୍ଠ କଂଗ୍ରେସ ନେତା ମାନେ ଯୋଗଦେଇଯୁବ କଂଗ୍ରେସ କୁ କିଭଳି ଆଗାମୀ ଦିନରେ ସଂଗଠିତ କରାଯାଇ ଦଜିଅ ସଙ୍ଗଠନକୁ ମଝଭୁତ କରିବା ସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମନମୁଖୀ ଶାସନ ବିରୋଧରେ ଆନ୍ଦୋଳନ କରିବା ସହିତ ଦଳକୁ ମଝଭୁତ କରି ଲଢେଇ ଆରମ୍ଭ କରିବାକୁ ଯୁବକ ମାନଙ୍କୁ ପରାମର୍ଶ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ନଗର କଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତି,ଜଗତସିଂହପୁର ବ୍ଳକ କଂଗ୍ରେସ ସଭାପତି ଅଦ୍ୱୈତଚରଣ ଜେନା,ଯୁବସଙ୍ଗଠକ ଅନିଲ ଦାସ,ସୁନୀଲ ମାଟିଆ, ଦେବୀପ୍ରସାଦ ପରିଡା ପ୍ରମୁଖ ଯୋଗଦେଇ ଥିଲେ।

ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here