ଅଲଣାହାଟ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ର ପୁରାତନ ଛାତ୍ର ଛାତ୍ରୀ ଙ୍କ ବନ୍ଧୁମିଳନ।

– ଜଗତସିଂହପୁର  ଜିଲ୍ଲା ନାଉଗାଁ ବ୍ଲକ ର ଅଲଣା ପଂଚାୟତ ର ଅଲଣାହାଟ ହାଇସ୍କୁଲ ର 1992 ମସିହା ମାଟ୍ରିକ ବ୍ୟାଚ ର ପୁରାତନ ଛାତ୍ରଛାତ୍ରୀ ଙ୍କ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପୁରାତନ ଛାତ୍ର ପ୍ରକାଶ ସ୍ୱାମୀ ଓ ପୀତବାସ ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ବନ୍ଧୁ ମିଳନ ଉତ୍ସବରେ ପୂରାତନ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ପ୍ରଫୁଲ୍ଲ କୁମାର ସାହୁ,ଅରବିନ୍ଦ ଦାଶ, ଅକ୍ଷୟ ଗୋଛାୟତ,ବାବୁରାମ ସାହୂ,ଅମୀୟ ପରିଡା, ଚିତ ରଂଜନ ପରିଡା,ରଞ୍ଜନ ପରିଡା, ବସନ୍ତ ଦାସ,ରୁବିଲତ ମହାନ୍ତି, ମାଳିନୀ ମହାନ୍ତି, ପ୍ରଭାତୀ ସାହୂ,ପୁଷ୍ପାଞ୍ଜଳି ସେଠୀ, ରୋଜାଲିନ ବାରିକ,ଲତା ପାତ୍ର,କନକ ମହାପାତ୍ର, ବଳଦେବ ଦାସ, ବସନ୍ତ ଦାସ ପ୍ରମୁଖ ଦୁଇ ଶହ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ।ଏହି ଅବସରରେ ଅବସର ପ୍ରାପ୍ତ ଶିକ୍ଷକ ଶରତ ଚନ୍ଦ୍ର ମହାନ୍ତି,ଵିଜୟ କୁମାର ରାୟ, ଅକ୍ଷୟ କୁମାର ଦାସ ଓ ଆଜି ଅବସର ଗ୍ରହଣ କରିଥି ବା ସଂସ୍କୃତ ଶିକ୍ଷକ ରମେଶ ଷଡ଼ଙ୍ଗୀ ଙ୍କୁ ଉତ୍ତରୀୟ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।ପରେ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଭୋଜିର ମଜା ନେଇଥିଲେ।

ଜଗତସିଂହପୁର ରୁ ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋଟ Odisha1.TV|

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here