ବାରୋ ଗ୍ରାମ ପଞ୍ଚାୟତରେ ଟ୍ୟାକ୍ସ ପେଡ, ମନିରେ ମହା ଘୋଟଲା ।

ଆଜି କେନ୍ଦ୍ରାପଡ଼ା ବ୍ଲକର ବାରୋ ଗ୍ରାମପଞ୍ଚାୟତରେ ମନେରେଗା କାର୍ଯ୍ୟରେ ମହା ଘୋଟଲା ସମ୍ପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି ପଞ୍ଚାୟତର ଶତାଧିକ ସଭ୍ୟ ସଭ୍ୟାମାନେ । ସେମାନେ ଅଭିଯୋଗ କରିଛନ୍ତି ଯେ-ବାରୋ ଗ୍ରାମ ପଞ୍ଚାୟତ ହେଉଛି ଗୋଟିଏ ବୃହତ୍ତମ ଗ୍ରାମ ପଞ୍ଚାୟତ । ଏହି ପଞ୍ଚାୟତରେ ଆସିଥିବା କେନ୍ଦ୍ର ସରକାରଙ୍କ ଅନୁଦାନର ଅର୍ଥକୁ ନବୋଦୟ ବିଦ୍ୟାଳୟ ଖେଳ ପଡିଆରେ ପୁରାଇ ଜେ.ସି.ବି ମେସିନ ସାହାଯ୍ୟରେ RO କାମ ବିନା ମାପଚୁପ ନକରି କରାଯାଇଥିବା ଅଭିଯୋଗ ହୋଇଛି l ଏହି ଅର୍ଥରାଶି ୧ଲକ୍ଷ ୩୩ ହଜାର ଟଙ୍କା ବୋଲି ଜଣାପଡିଛି । ବିନା ଏମ.ବି ଏଣ୍ଟ୍ରି ଓ ଜେ. ଇଙ୍କ ବିନା ମାପରେ ଏବଂ ବିଡ଼ିଓଙ୍କ ବିନା ପରିମାପରେ ଜନସାଧାରଣଙ୍କ ଅର୍ଥ ହଡପ କରାଯାଇଛି । ଏହି ଅର୍ଥରାଶିକୁ ସ୍ଥାନୀୟ ସରପଞ୍ଚଙ୍କ ସମେତ ଜି. ଆର. ଏସ  ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ, ସିଧା ସଳଖ ନିଜ ପକେଟକୁ ନେବା ସହିତ ସମାନ ଭାବେ ବାରୁଅ ଗ୍ରାମ ଖେଳ ପଡିଆ, ତରାଣ୍ଡ ସ୍କୁଲ ପାର୍କ ନାମରେ ମୋଟ ୬ଲକ୍ଷ ଟଙ୍କାକୁ ହଡ଼ପ କରିଥିବା ଅଭିଯୋଗ ଫର୍ଦ୍ଦରେ ମଧ୍ୟ ଦର୍ଶାଯାଇଛି । ପଞ୍ଚାୟତବାସୀ ପୂର୍ବରୁ ବିଡ଼ିଓଙ୍କୁ ପଚାରିବାରୁ ମହାଶୟ କହିଥିଲେ ଯନ୍ତ୍ରୀଙ୍କ ବିନା ଏମ. ବି ରେ ପେମେଣ୍ଟ ହେବା ଆଦୌ ସମ୍ଭବ ନୁହେଁ ଯାହା ସରକାରୀ ଆଇନକୁ ଉଲଂଘନ କରୁଛି । ଏହାର ତଦନ୍ତ ପାଇଁ ସହକାରୀ ଯନ୍ତ୍ରୀଙ୍କୁ ତଦନ୍ତ କରିବାକୁ ମଧ୍ୟ ଦିଆଯାଇଛି । ପୂର୍ବରୁ ତରାଣ୍ଡ ପଞ୍ଚାୟତବାସୀ ଗତ ତା. ୦୯.୦୨.୨୦୨୧ ରିଖ ଜିଲ୍ଲା ପ୍ରଶାସନର DRDA ବିଭାଗ ପି.ଡି.ଙ୍କୁ ମଧ୍ୟ ଭେଟି ଏବିଷୟରେ ଏକ ବିଧିବଦ୍ଧ ତଦନ୍ତ କରିବା ପାଇଁ  ଲିଖିତ ଅଭିଯୋଗ ସହିତ ପ୍ରତିକାର ନିମନ୍ତେ ଦାବି କରିଥିଲେ । ହେଲେ ଏହି ତିନଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜି. ଆର. ଏସ ଓ ସ୍ଥାନୀୟ ସରପଞ୍ଚଙ୍କ ନାମରେ ଆହୁରି ବହୁତ ଗୁଡିଏ ସଙ୍ଗୀନ ସଂଗୀନ ମୂଳକ ଅଭିଯୋଗ ମଧ୍ୟ ରହିଛି । ସେଗୁଡିକ ହେଲା ପଞ୍ଚାୟତ ଆଲୋକି କରଣ, କୋଭିଡ 19ର ଘୋଟାଲା, ବୃକ୍ଷ ରୋପଣ, ଇଟିପୁର ପୋଖରୀ ଖୋଳା ସାଂଗକୁ କଳା ମାଟିଆ ରାସ୍ତାରେ ୬ଲକ୍ଷ ଟଙ୍କାର ଆତ୍ମସାତ, ଚା ମଠ, ନିଳୀକଣା ଅଙ୍ଗନବାଡି ଗୃହ ନିର୍ମାଣ ଇତ୍ୟାଦି କାର୍ଯ୍ୟରେ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ଅର୍ଥ ହଡପ୍ ବା ହେରଫେର କରିଥିବା ଅଭିଯୋଗ ରହିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଉକ୍ତ ଘଟଣା ମାନକୁ ନେଇ ତଦନ୍ତ କରି ସରକାରୀ ଅର୍ଥକୁ ଆତ୍ମସାତ କରିଥିବା ବ୍ୟକ୍ତି ବିଶେଷଙ୍କୁ ଗିରଫ କରିବାକୁ ଦାବି କରା ଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କ ପ୍ରତି କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ ସେମାନଙ୍କୁ ଗିରଫ କରାନଯିବ ସ୍ଥାନୀୟ ବୁଦ୍ଧିଜିବୀ ମହଲରେ ଏକ ମୂଖ୍ୟ ଆଲୋଚ୍ୟର ବିଷୟ ପାଲଟିଛି । ଦେଖାଯାଉ ଆଗକୁ ମାନନୀୟ ଜିଲ୍ଲାପାଳ କଣ ଓ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଆସନ୍ତୁ ସିଧା ସଳଖ ଯିବା ଏବଂ ପଚାରି ଧାରଣାରେ ବସିଥିବା ପୂର୍ବତନ ସରପଞ୍ଚଙ୍କ ସମେତ ସମିତି ସଭ୍ୟ ଗଣମାଧ୍ୟମ ଆଗରେ କଣ ଓ କି ପ୍ରକାର ପ୍ରତିକ୍ରିୟା ରଖୁଛନ୍ତି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ  Odisha1.TV ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here