ମୋବଇଲ ଦୋକାନ ସହ ୫ଟି ସ୍ଥାନରୁ ଚୋରି :

ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁର ଥାନା ଅଧିନସ୍ଥ କାଂଶବାହାଲ ଫାଣ୍ଡି ଅନ୍ତର୍ଗତ ବିଲେଇଗଡ଼ ମେନ ରୋଡ଼ ରେ ଥିବା ଏସ ମୋବଇଲ ଦୋକାନ ମାଲିକ ଏମ ଡି ଜାବେଦଙ୍କ ଦୋକାନ ରୁ ଚୋରି ହେଇଥବା ନେଇ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି l ଗତ କାଲି ରାତିରେ ମାଲିକ ଜାବେଦ ଦୋକାନ ବନ୍ଦ କରି ସବୁଦିନ ପରି ଘରକୁ ଗଲେ l ସକାଳେ ଦୋକାନ ଖୋଲିବାକୁ ଆସି ଦେଖିଥିଲେ ତାଙ୍କ ଦୋକାନ ତାଲା ଭଙ୍ଗା ଯାଇ ଦୋକାନରୁ ସବୁ ବିକ୍ରି ସାମଗ୍ରୀ ଚୋରି ହେଇଯାଇଛି l  ସେହି ରାତି ରେ ଆଖ ପାଖ ଘରେ ମଧ୍ୟ୍ୟ  ଚୋର ପଶି ଥୁବା ଗ୍ରାମବାସୀ  ପୋଲିସକୁ କହିଛନ୍ତି l ଏସ ଡି ପି ଓ ଶଶାଙ୍କ ଶେଖର ବେହୁରା ଓ କାଂଶବାହାଲ ଫାଣ୍ଡି ଅଧିକାରୀ ବିଜୟ ସିଂହ ଚୋରି  ଘଟଣାସ୍ଥଳକୁ ପହଞ୍ଚି ସତ୍ୟତାର ଅନୁସନ୍ଧାନ କରୁଛନ୍ତି l ସେହିପରି ବିଗତ ରାତିରେ ଏକ ଚୋରି ସ୍କୁଟି  ଚୋର ଛାଡି ପଳେଇ ଥିଲେ ଏହା ବିରମିତ୍ରପୁର ଅଂଚଳର ସ୍କୁଟି ବୋଲି ଜଣା ପଡିଛି   ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ Odisha1.TV ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here