କିସାନ ସମାଜର ମାଘ ପୂର୍ଣ୍ଣିମା ଓ ଅସ୍ତି ବିସର୍ଜନ ଉତ୍ସବ ଅନୁଷ୍ଠିତ :

ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ କିସାନ ସମାଜ ପକ୍ଷରୁ ମହାସମାରୋହରେ ପାଳିତ ହୋଇଯାଇଛି ଅସ୍ତି ବିସର୍ଜନ ଉତ୍ସବ । ସମାଜର ପରମ୍ପରା ଅନୁଯାୟୀ କାହିଁ କେତେ ବର୍ଷରୁ ପାଳିତ ହୋଇ ଆସୁଛି ଏହି ନୀତିରୀତି । ସମାଜରେ କେହି ଇହଲୀଳା ସମ୍ବରଣ କରିଥିଲେ ପରିବାର ଲୋକେ ତାଙ୍କର ଅସ୍ତିକୁ ସାଇତି ରଖିଥାନ୍ତି ସାମୁହିକ କାର୍ଯ୍ୟକ୍ରମରେ ବିସର୍ଜନ କରିବାକୁ । ଏହି ଭଳି ଏକ ଅତ୍ୟନ୍ତ ନିଆରା କାର୍ଯ୍ୟକ୍ରମ ଦୃଶ୍ୟମାନ ହୋଇଛି ରାଉରକେଲା ସ୍ଥିତ ଛେଣ୍ଡ ଅଞ୍ଚଳରେ ଥିବା ନଦୀ ଘାଟରେ । ଆୟୋଜକ ନଅଶହ ନାଗ୍ରା କମିଟି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁନ୍ଦରଗଡ ଏମା ଏକ୍କା , ଗଇଲୋ କିସାନ , ମଙ୍ଗଲୁ କିସାନ , ଉପଦେଷ୍ଟା ବୁଧୁ କିସାନ , ସଭାପତି ପାଣୁ କିସାନ , ଉପସଭାପତି ଝିରଗା ଏକ୍କା , ନିକ କିସାନ , ସଂପାଦକ ଚନ୍ଦ୍ରମଣି କିସାନ , ସାଂସ୍କୃତିକ ସଂପାଦକ ନବୀନ ପତ୍ରୀ କିସାନ , ସହ ସଂପାଦକ ଧର୍ମୁ କିସାନ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଆଜିର କାର୍ଯ୍ୟକ୍ରମରେ ଛେଣ୍ଡ ଅଞ୍ଚଳରେ ରାଜା ମହାରାଜାଙ୍କ ଶାସନ ସମୟରୁ ଦିଆଯାଇଥିବା ଜମିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏହି କାର୍ଯ୍ୟକ୍ରମ ସକାସେ ସମୁଦାୟ ୧୦ ଏକର ଜମି ଦିଆଯାଇଛି କିସାନ ସମାଜକୁ । ତେବେ ଅତି ଦୁଖର ବିଷୟ ଯେ ଲୋକ ଧିରେ ଧିରେ ଏହି ଜମି ଉପରେ ନିଜର ବେଆଇନ ଦଖଲ କରିବାରେ ଲାଗିଛନ୍ତି । ତେବେ ନଅଶହ ନାଗ୍ରା କମିଟି ତରଫରୁ ଆୟୋଜିତ କିସାନ ସମାଜର ସାମାଜିକ କାର୍ଯ୍ୟକ୍ରମରେ ପୂର୍ବ ପୁରୁଷଙ୍କ ରିତୀନିତୀ ଅନୁଯାଇ ପ୍ରଥମେ ଝଣ୍ଡା ଗାଡିବା ଓ ନୃତ୍ୟ ଗୀତର ତାଳେ ତାଳେ ଅତିଥି ମାନଙ୍କୁ ମଞ୍ଚକୁ ପାଛୋଟି ଆଣିବା ସହ ଝଣ୍ଡା ଉତ୍ତୋଳନରେ ସହଭାଗୀ ହେବା । ତତପରେ ଅତିଥି ମାନଙ୍କର ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ସହ ନଦୀ ଘାଟକୁ ସମାଜର ପରମ୍ପରା ଅନୁଯାୟୀ ଯିବା ସହ ଅସ୍ତି ବିସର୍ଜନ କରିବା । ଆଜିର ଏହି ସବୁ କାର୍ଯ୍ୟକ୍ରମରେ କିସାନ ସମାଜର ନୃତ୍ୟକଳାକୁ ବଞ୍ଚାଇ ରଖିଥିବା ସୁରେନ୍ଦ୍ର ଟପ୍ପୋ ଓ ସାଥି ନବୀନ ପତ୍ରୀ କିସାନଙ୍କ ପ୍ରତ୍ୟକ୍ଷ ତତ୍ବା ବଧାନରେ ୬୦ ଟି ଦଳ ମାଦଲ , ମୃଦଙ୍ଗ ଓ ଝାଞ୍ଜର ତାଳେ ତାଳେ ନୃତ୍ୟ ପରିବେଷଣ କରିଥିଲେ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧୁମଧାମରେ ପାଳିତ ହୋଇଯାଇଛି ନଅଶହ ନାଗ୍ରା କିସାନ ସମାଜ ଗଙ୍ଗାଘାଟି କମିଟି ଆନୁକୂଲ୍ୟରେ ମାଘ ପୂର୍ଣ୍ଣିମା ପାଳିତ ହେବା ସହ ଅସ୍ତି ବିସର୍ଜନ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥିବା ପରିଲକ୍ଷିତ ହୋଇଛି । ଏହି କାର୍ଯ୍ୟକ୍ରମରେ ୪୭ ଟି ଗ୍ରାମର କିସାନ ସମାଜର ଲୋକେ ଉପସ୍ଥିତ ହୋଇଥିବା ବେଳେ ନୃତ୍ୟ ଗୀତ ପରିବେଷଣ କରିଥିଲେ ବାଉସେନ ଗଙ୍ଗାଘାଟି , ତୁରମୁର ଗଙ୍ଗାଘାଟି , ବଣେଇ , ଦେବଗଡ , କୁଚିଣ୍ଡା ଓ ବାମଡା ଦଳ । ସମସ୍ତ କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପନ୍ନ ହୋଇଥିବା ନେଇ ଉପସଭାପତି ଝିର୍ଗା ଏକ୍କା ମତବ୍ୟକ୍ତ କରିଥିଲେ ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ Odisha1.TV ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here