ଭାରତ ବନ୍ଦ୍ ଡାକରାରେ ସାମିଲ୍ ହେଲେ କେନ୍ଦ୍ରାପଡା ବ୍ୟବସାୟୀ ସଂଘ ।

ଆଜି ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘର ଡାକରାରେ ଭାରତ ବନ୍ଦ ପାଳନ ପ୍ରାୟ ବିଭିନ୍ନ ରାଜ୍ୟରେ ଦେଖା ଦେଇଥିବା ବେଳେ ଓଡିଶାର ପ୍ରାୟ ସମସ୍ତ ଜିଲ୍ଲା ମାନଙ୍କରେ ମଧ୍ୟ ଉକ୍ତ ବନ୍ଦ୍ ପାଳନର ଆଂଶିକ ପ୍ରଭାବ ଦେଖିବାକୁ ମିଳିଥିଲା ବେଳେ କେନ୍ଦ୍ରାପଡ଼ା ସହରରେ ସେମିତି କିଛି ବନ୍ଦ୍ ଡାକରା ଆଦୌ ସଫଳ ହୋଇ ନଥିବା ଦେଖା ଯାଇଥିଲା । ଜିଏସଟି ନୀୟମର ସରଳୀକରଣ କରିବା ସହିତ ଖାଦ୍ୟ ନିରାପତ୍ତା ଆଇନର ସଂଶୋଧନ ଏବଂ ଅନ୍ ଲାଇନ୍ ବ୍ୟବସାୟ ପାଇଁ ଏକ ନିର୍ଦ୍ଦିଷ୍ଟ ନିୟମ ପ୍ରଣୟନ କରିବା ପ୍ରତିବାଦରେ କେନ୍ଦ୍ରାପଡା ସହରର କିଛି ବ୍ୟବସାୟୀ ଏହି ବନ୍ଦ୍ ପାଳନକୁ ସ୍ୱାଗତ କରିବା ସହିତ ଶହେ ଭାଗରୁ ମାତ୍ର ୧୦ ପ୍ରତିଶତ ବା କାଁଭାଁ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଦୈନାଦିନ ଭଳି ସବୁଆଡେ ଦୋକାନ ବଜାର ଖୋଲାଯିବା ସହିତ ଗାଡି ମୋଟର ସୋଭାବିକ୍ ଅବସ୍ଥାରେ ଚଳପ୍ରଚଳ ହେଉଥିବା ଦେଖା ଯାଇଥିଲା । ରାସ୍ତାଘାଟ, ଛକ, ବଜାର ସବୁଠି ବନ୍ଦ୍ ପାଳନର ପ୍ରଭାବ କୌଣସି ନଥିବା ଭଳି ମନେ ହେଉଥିଲା । ସ୍କୁଲ୍, କଲେଜ ଏବଂ ସମସ୍ତ ସରକାରୀ ଦପ୍ତର ଓ ଅଫିସ ଗୁଡିକ ଖୋଲାଯାଇ କାର୍ଯ୍ୟ ଚାଲୁ ରହିଥିବା ଦେଖିବାକୁ ମିଳିଥିଲା । ତେବେ ଆସନ୍ତୁ ନଜର ପକାଇ ନେବା କେନ୍ଦ୍ରାପଡା ସହରର ଦୁହୁରିଆ ବଜାର ସହିତ ତିନିମୁହାଣି ଟ୍ରାଫିକ୍ ଛକ, ଗରାପୁର ଆଇବି ଛକ, କେନ୍ଦ୍ରାପଡା ହାଇସ୍କୁଲ ଛକ, ପୁରୁଣା ବସଷ୍ଟାଣ୍ଡ ଓ ସାନ୍ତସାହି ବଜାର ଛକ ପ୍ରଭୃର୍ତି ସୋଭାବିକ୍ ଥିବାଭଳି ଦେଖା ଯାଇଥିଲା ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here