ମାର୍ଶାଘାଇ ବ୍ଲକ୍ ଷ୍ଟାଫ୍ କଲୋନୀରେ ଅଗ୍ନୀ ଉତ୍ସବ ପାଳନ ।

ଆସନ୍ତା କାଲି ହେଉଛି ଅଗିରା ପୂର୍ଣ୍ନମୀ । ଅଗ୍ନୀ ଦେବତାଙ୍କ ପୂଜା ଅର୍ଚ୍ଚନା ନିମନ୍ତେ ଆଜି ଠାରୁ ସମଗ୍ର ଦେଶର ବିଭିନ୍ନ କୋଣ ଅନୁକୋଣରେ ଅଗ୍ନୀ ଦେବତାଙ୍କ ପୂଜା ଅର୍ଚ୍ଚନା କରିବା ପାଇଁ ସବୁଠି ଚଳ ଚଞ୍ଚଳ ହୋଇ ଉଠିଛି । ଏହି ଅଗ୍ନୀ ଉତ୍ସବକୁ ସବୁ ବର୍ଷ ବହୁ ଆଡମ୍ୱର ସହକାରେ ପାଳନ କରାଯାଇଥାଏ । କିନ୍ତୁ ବଡ ଦୁଃଖ ଆଉ ପରିତାପର ବିଷୟ ଯେ-ଦେଶରେ କରୋନା ମହାମାରୀର ପ୍ରକୋପ ବା ତାଣ୍ଡବ ଲୀଳା ଚାଲିଥିବା ବେଳେ ସରକାରଙ୍କ ସମସ୍ତ କୋଭିଡ୍ ଗାଇଡ୍ ଲାଇନ୍ ନୀୟମ ପାଳନ ପୂର୍ବକ ଏବଂ ସାମାଜିକ ଦୂରତା ରକ୍ଷା କରି ମାକ୍ସ୍ ସାନିଟାଇଜର ବ୍ୟବହାର କରାଯାଇ ଏହି ଅଗ୍ନୀ ଉତ୍ସବକୁ ପୂର୍ବ ବର୍ଷ ଭଳି ଏତେଟା ଜାକ ଜମକରେ ପାଳନ କରା ଯାଇନଥିଲେ ମଧ୍ୟ ସିମିତ ଲୋକ ମାନଙ୍କ ମଧ୍ୟରେ ଅଳ୍ପକେ ଏହି ଉତ୍ସବକୁ ଉଜ୍ଜୀବିତ ଓ ମନେ ରଖିବା ପାଇଁ ଘରର ଚାଳରୁ ଟଣା ଯାଇଥିବା ନଡାଛଣ ସହିତ ନୂର୍ତନ ଛଣବିଡାକୁ ମିଶାଇ ନନାଙ୍କ ମନ୍ତ୍ର ପାଠର ଧ୍ୱନୀ ସହିତ ଘଣ୍ଟ , ଘଣ୍ଟା ଓ ଶଂଖ ବଜାଇ ମହିଳା ମାନଙ୍କ ହୁଳହୁଳି ସ୍ୱରରେ ବହୁ ଆନନ୍ଦ ଉଲ୍ଲାସ ସହକାରେ ମନେ ମନେ ସମସ୍ତେ ଅଗ୍ନୀ ଦେବତାଙ୍କୁ ଶ୍ମରଣ କରିବା ସହିତ ସ୍ରାଷ୍ଟାଂଗ ପ୍ରଣିପାତ କରି ଅଗ୍ନୀ ଦେବତାଙ୍କୁ ସନ୍ତୁଷ୍ଟ କରିବାପାଇଁ ଏବଂ ବିଭିନ୍ନ ରୋଗ ପୋକ ଦାଉରୁ ଚଷା ପୁଅ ବା ଚାଷୀ ଭାଇର ଚାଷ ବେଉସା ସହିତ କୁଳ ବେଉସାକୁ ରକ୍ଷା କରିବା ନିମନ୍ତେ ଅଗ୍ନି ଦେବତାଙ୍କ ସମ୍ମୁଖରେ ଭୋଗଲାଗି କରାଯାଇ ଅଗ୍ନି ଜଳା ସ୍ଥାନର ଚାରି ପାଖରେ ଅଗିରେ ଅଗ୍ନୀ ସଂଯୋଗକାରୀ ୭ଥର ବୁଲିବା ପରେ ସେଥିରେ ଅଗ୍ନୀ ସଂଯୋଗ କରାଯାଇ ଅଗ୍ନୀ ଉତ୍ସବକୁ ସମସ୍ତ ଗାଁ, ଗଣ୍ଡା ଓ ପୁର ପଲ୍ଲୀରେ ପାଳନ କରାଯାଇଥାଏ । ଅଗ୍ନୀରେ ବିଭିନ୍ନ ବାଇଗଣ, ଆଳୁ ଏବଂ ଅନ୍ୟାନ୍ୟ ପନି ପରିବା ପୋଡା ଯାଇ ସେହି ସ୍ଥାନରେ କେହି କେହି ଖାଇବାର ମଧ୍ୟ ଦେଖା ଯାଇଥାଏ । ସେହିପରି ଏହି ଅଗ୍ନୀ ଉତ୍ସବକୁ ମନେ ରଖିବ ପାଇଁ ମାର୍ଶାଘାଇ ବ୍ଲକ୍ ଷ୍ଟାଫ୍ କଲୋନୀ ପରିସରରେ ପ୍ରେମଲତା ମଲ୍ଲିକ୍ ଓ ବିପିନ କୁମାର ମଲ୍ଲିକ ନେତୃତ୍ୱରେ ଭାଷ୍କର ଚନ୍ଦ୍ର ସ୍ୱାଇଁ ପ୍ରିତ୍ତମ ପ୍ରିୟ ଦର୍ଶନୀ ସାମଲଙ୍କ ସମେତ ପ୍ରମୋଦୀନ ପାଲ ଓ ପ୍ରତାପ କୁମାର ଦାସ, ଦୀପକ ସୁତାର ଓ ଚନ୍ଦନ ଖୁଣ୍ଟିଆ ଏବଂ ସୁଜିତ୍ ଦାସ ପ୍ରମୁଖ ଶତାଧିକ ବ୍ୟକ୍ତି ଉପସ୍ଥିତ ରହି ଏହି ଅଗ୍ନୀ ଉତ୍ସବକୁ ପାଳନ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here