କେନ୍ଦ୍ରାପଡା ଏସବିଆଇ ମୂଖ୍ୟ ଶାଖାରୁ RD ଆକାଉଣ୍ଟରୁ ମାସିକ ୧୪ ହଜାର କିସ୍ତି ଟଙ୍କା ହଡପ୍ ।

ଆଜି କେନ୍ଦ୍ରାପଡା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୂଖ୍ୟ ଶାଖାରୁ ନିକିରାଇ ଆଦିପୁର ଗ୍ରାମର ନୀରଞନ ଜେନାଙ୍କ ପତ୍ନୀ ଶ୍ରୀମତୀ ରାଜଶ୍ରୀ ଜେନା ୨୦୧୭ ମସିହାରୁ ଏକ RD ଆକାଉଣ୍ଟ୍ ଖୋଲି ସେଥିରେ ମାସିକ ୬ଶହ ଟଙ୍କା ଲେଖା ପ୍ରତି ମାସରେ ତାଙ୍କ ସେଭିଂସ୍ ଆକାଉଣ୍ଟରୁ କାଟି ଡିପୋଜିଟ୍ କରି ଆସୁଥିଲେ । ହେଲେ ମାତ୍ର ୩୬ଶହ ଟଙ୍କା ତାଙ୍କ ସେଭିଂଗ୍ ଆକାଉଣ୍ଟରୁ କଟି ତାଙ୍କ RD ଆକାଉଣ୍ଟରେ ଡିପୋଜିଟ୍ ହେବାପରେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ସେଭିଂଗ୍ ଆକାଉଣ୍ଟରୁ କଟିଥିବା ଆଉ ୧୪ ରୁ ୧୫ ହଜାର ଟଙ୍କାର ହିସାବ ନମିଳିବା ଏବଂ ଟଙ୍କା ହଡପ୍ ହେବାର ଖବର ସେ ପାଇଲା ପରେ ଯେତେବେଳେ ସେ ଷ୍ଟେଟ ବ୍ୟାଙ୍କରେ ପହଞ୍ଚି ତାଙ୍କ ଆରଡି ଆକାଉଣ୍ଟ୍ ପାସ୍ ବହିକୁ ଚେକପ୍ ବା ଅପ୍ ଡେଟ୍ କଲେ ଠିକ୍ ସେହି ସମୟରେ ସେ ଜାଣିବାକୁ ପାଇଲେ ଯେ-ପ୍ରକୃର୍ତରେ ତାଙ୍କ ଆକାଉଣ୍ଟରୁ ପ୍ରକୃର୍ତରେ ଟଙ୍କା ହଡପ ହୋଇଛି । ତାପରେ ସେ ତୁରନ୍ତ ଏବିଷୟରେ ମଧ୍ୟ ସେ ଦୀର୍ଘ ୨ବର୍ଷ ହେବ ବହୁଥର ଲିଖିତାକାରରେ ବ୍ରାଞ୍ଚର ମ୍ୟାନେଜରଙ୍କୁ ଜଣାଇଁବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟହୋଇ ଆଜି ଗଣମାଧ୍ୟମ ଆଗରେ ତଙ୍କ ମୁହଁ ଖୋଲିଛନ୍ତି । ଏହି ଘଟଣା ପରି ପ୍ରାୟ ଏହି ୨୦୨୧ ମସିହାରେ ୨ରୁ୩ ଜଣଙ୍କର ଏହିପରି ଖୋଦ୍ ଷ୍ଟେଟ ବ୍ୟାଙ୍କ ପରିସରରେ ଏପରି ବେଆଇନ୍ କାର୍ଯ୍ୟ ବା ଘଟ୍ଟଣା ମାନ ଘଟୁଥିଲେ ମଧ୍ୟ କିମ୍ବା ଚାଲୁଥିଲେ ମଧ୍ୟ  ବ୍ୟାଙ୍କ କତ୍ତୃପକ୍ଷ କୌଣସି ପଦକ୍ଷେପ୍ ଗ୍ରହଣ ନକରିବାରୁ ସାଧାରଣ ଜନତାଙ୍କ ଆଶା ଓ ବିଶ୍ୱାସ ଦିନକୁ ଦିନ ଷ୍ଟ୍ରେଟ ବ୍ୟାଙ୍କ ଉପରୁ ସ୍ଥାନୀୟ ବାସିନ୍ଦାଙ୍କ ସହିତ ବ୍ୟାଙ୍କ ଉପଭୋକ୍ତା ମାନଙ୍କର କମିବାକୁ ଲାଗିଥିବା ବେଳେ ଏହି ବିଷୟକୁ ନେଇ ବହୁ ବୁଦ୍ଧିଜିବୀ ମାନଙ୍କ ମୁଣ୍ଡ ବିନ୍ଧାର ମୂଖ୍ୟ କାରଣ ପାଲଟିଥିବା ଦେଖିବାକୁ ମିଳିଛି । ଏପଟେ ଦେଖାଯାଉ କେବେ ବ୍ୟାଙ୍କ କତ୍ତୃପକ୍ଷ ଆଗକୁ କଣ ଏବଂ କିପ୍ରକାର ପଦକ୍ଷେପ ଏହି ଘଟ୍ଟଣାକୁ ନେଇ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହାଖାଲି ଯାହା ବାକି ରହିଲା ଦେଖିବାକୁ । ତେବେ ଆସନ୍ତୁ ନା ସିଧା ସଳଖ ଯିବା ଏବଂ ପଚାରି ବୁଝିବା ଉକ୍ତ ବ୍ୟାଙ୍କରେ RD ଖାତା ଖୋଲି ଟଙ୍କା ଡିପୋଜିଟ୍ କରିଥିବା ମହିଳଙ୍କ ସମେତ ତାଙ୍କ ସମ୍ପର୍କୀୟଙ୍କ ମୁହଁରୁ କଣ କହୁଛନ୍ତି ଗଣମାଧ୍ୟମ ଆଗରେ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ  Odisha1.TV ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here