ଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କଲେ ଝାନସୀରାଣୀ ସ୍ବେଛାସେବୀ ସଂଗଠନ: କେନ୍ଦ୍ରାପଡା

ଆଜି କେନ୍ଦ୍ରାପଡା ଜିଲ୍ଲାର ଏକ ଅଗ୍ରଣୀ ମହିଳା ସ୍ବେଛାସେବୀ ଅନୁଷ୍ଠାନ ଝାନସୀରାଣୀ ସଂଗଠନ ପକ୍ଷରୁ କେନ୍ଦ୍ରାପଡାର ମାନନୀୟ ନବ ନିଯୁକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ରିତ ଋତୁରାଜଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଏହି ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ଶ୍ରୀମତୀ ରୀନାରାଣୀ ଦାସ ଏବଂ ବିଷ୍ଣୁପ୍ରିୟା ସାମଲଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ମମତା ସିଂ, ଝିଲି ଦାସ, ନମିତା ଜେନା, ଗୀତାଞଳୀ ପ୍ରଧାନ, ସୁନିତା ସାହୁ ଓ ମମତାମୟୀ ସାମଲ ପ୍ରମୁଖ ଉପସ୍ଥିତ ରହି ସମସ୍ତ ସାହାଯ୍ୟ ସହଯୋଗ କରିବା ସହିତ ଜିଲ୍ଲାପାଳଙ୍କୁ ନବ ବର୍ଷର ସ୍ୱାଗତ ଜଣାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here