କୁମ୍ଭୀର ଗଣନା ପାଇଁ ଭିତରକନିକା ବନ୍ଦ ରହିବ ;ଜାନୁଆରୀ ୧୫ ତାରିଖରୁ କୁମ୍ଭୀର ଗଣନା ଆରମ୍ଭ ହୋଇ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ

ପ୍ରିୟବ୍ରତ ଓଝା,
ପଟ୍ଟାମୁଣ୍ଡାଇ,


କୁମ୍ଭୀର ଗଣନା ପାଇଁ ଭିତରକନିକା ବନ୍ଦ ରହିବ । ଜାନୁଆରୀ ୧୫ ତାରିଖରୁ କୁମ୍ଭୀର ଗଣନା ଆରମ୍ଭ ହୋଇ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଦୀର୍ଘ ୯ ଦିନ ଧରି କୁମ୍ଭୀରଙ୍କର ଗଣନା କରାଯିବ । ଏହି ସମୟରେ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ, ନାଳରେ ବସବାସ କରୁଥିବା ବଉଳା କୁମ୍ଭୀରମାନଙ୍କ ଗଣନା କାର୍ଯ୍ୟ ରାଜନଗର ଡିଏଫଓ ବିକାଶ ରଂଜନ ଦାଶଙ୍କ ତତ୍ତ୍ବାବଧାନରେ କରାଯିବ। ଓଡ଼ିଶାର ବିଶିଷ୍ଟ ବଉଳା କୁମ୍ଭୀର ବିଶାରଦ ଡ. ସୁଧାକର କରଙ୍କ ସହିତ କୁମ୍ଭୀର ବିଶାରଦମାନେ ଏହି ଗଣନାରେ ସାମିଲ ହେବେ। ଚଳିତବର୍ଷ କୁମ୍ଭୀର ଗଣନା ପାଇଁ ୨୨ଟି ଟିମ୍‌ ଗଠନ କରାଯାଇଛି।ଏହି ଟିମ ଭିତରକନିକା ଜାତୀୟ ଉଦ୍ୟାନ,ଗହୀରମଥା ରେଂଜ,ମହାକାଳପଡା ରେଂଜ,ରାଜନଗର ରେଂଜରେ ଗଣନା କାର୍ଯ୍ୟରେ ସାମିଲ ହେବେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here