ଝଙ୍କଡ଼ ଶାରଳା ପୀଠରେ ମକର ସଂକ୍ରାନ୍ତି ପାଳିତ : ଜଗତସିଂହପୁର

ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଠାକୁରାଣୀଙ୍କ ପବିତ୍ର ମକର ସଂକ୍ରାନ୍ତି ଉତ୍ସବ ବୈଦିକ ବିଧି ବିଧାନରେ ପାଳିତ ହୋଇଯାଇଛି।ପ୍ରଚଳିତ ପରମ୍ପରା ଅନୁଯାୟୀ ମାସନ୍ତ ରାତିରେ ମା’ଙ୍କର ଚଳନ୍ତି ପ୍ରତିମା ଙ୍କୁ ବର୍ଣ୍ଣାଢ୍ୟ ଶୋଭା ଯାତ୍ରାରେ ନବାର୍ହ୍ନ ବେଢ଼ା ପରିକ୍ରମା କରାଯାଇଥିଲା।କୋଭିଡ କଟକଣା ଯୋଗୁ ମା’ଙ୍କ ପୀଠସ୍ଥଳୀ ରୁ ଦୁଇଶହ ମିଟର ପର୍ଯ୍ୟନ୍ତ 144ଧାରା ଜାରୀ କରାଯାଇଥିଲା।ତେବେ ମଧ୍ୟାହ୍ନରେ ରୁପା ଥାଳି ରେ ବଡ଼ପଣ୍ଡା ରଂଜନକୁମାର ପଣ୍ଡା,ପ୍ରଜ୍ଞା ଦୀପ୍ତ ପଣ୍ଡା,ପାରମ୍ପରିକ ସେବକ ନିମାଇଁ ଚରଣ ରାଉଳ,ସେବକ ପାଳିଆ ସନାତନ ରାଉଳ ଧାରଣା କର ତିନିଥର ମନ୍ଦିର ବେଢ଼ା ପରିକ୍ରମା କରିଥିଲେ।ବେଢ଼ା ପରିକ୍ରମା କରିବା ପରେ ମାଳଚୂଳ ମା’ଙ୍କ ମସ୍ତକରେ ଲାଗି କରାଯିବ ପରେ ରୁପା ଥାଳିରେ ମକର ଚାଉଳ ମା’ଙ୍କୁ ଭୋଗ ଅର୍ପଣ କରାଯାଇଥିଲା।ବହୁ ଦୂର ଦୁରାନ୍ତରୁ ଆସିଥିବା ଭକ୍ତ ମାନେ ମା’ଙ୍କୁ ଦର୍ଶନ ନକରି ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଥିଲା।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here