ଜଗତସିଂହପୁର ର ଶ୍ରୀ ରାମ ଜନ୍ମଭୂମୀ ତ୍ରିଥକ୍ଷେତ୍ର ସଞ୍ଚାଳନ ସମିତି ଗଠନ

ଜଗତସିଂହପୁର ସଦରମହାକୁମା କୋର୍ଟ ଛକ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଆର ଏସ ଏସ ପକ୍ଷରୁ ରାମମନ୍ଦିର ନିର୍ମାଣ ସମ୍ପର୍କ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଅଯୋଧ୍ୟାଠାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ପାଇଁ ଜିଲାର ସମସ୍ତ ହିନ୍ଦୁ ପରିବାରଙ୍କୁ ଭେଟି ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ କରାଯିବ। ମନ୍ଦିର ନିର୍ମାଣ ପାଇଁ କୌଣସି ହିନ୍ଦୁପରିବାରକୁ ନିଧି ପ୍ରଦାନ ପାଇଁ ବାଧ୍ୟକରାଯିବ ନାହିଁ, ଯିଏ ଯାହା ଖୁସିରେ ଦେବା ତାକୁ ସାଦରେ ଗ୍ରହଣ କରଜୀବ ବୋଲି ଆର ଏସ ଏସ ପକ୍ଷରୁ କୁହାଯାଇଛି।ଏହି କାର୍ଯ୍ୟକ୍ରମରେ ସ୍ଵାମୀ ଦିବାକର ଦାସ ମହାରାଜ,ବିବୁଧ ରଞ୍ଜନ ମହାନ୍ତି, ଅତୁଲ୍ୟ ଦାସ, ସୌଭାଗିନି ରାୟ, ସୁରେସ କୁମାର ଚୌଧୁରୀ, ତିଲୋତ୍ତମା ଦାସ,ଅକ୍ଷୟ କୁମାର ଦାସ ପ୍ରମୂଖ ଯୋଗଦେଇଥିଲେ।ପରେ ଜଗତସିଂହପୁର ଜିଲ୍ଲାର ଶ୍ରୀ ରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ସଂଚାଳ ସମିତି ଗଠନ କରାଯାଇ ନାମ ଘୋଷଣା କରାଯାଇଥିଲା। ଏହି କମିଟି ପ୍ରତ୍ୟେକ ହିନ୍ଦୁ ପରିବାରଙ୍କ ସହ ଯୋଡ଼ି ହେବାର ପ୍ରୟାସ କରିବା ସହ ଅଯୋଧ୍ୟା ରେ ଭବ୍ୟ ଶ୍ରୀ ରାମ ମନ୍ଦିର ନିର୍ମାଣ ନିମନ୍ତେ ନିଧି ସଂଗ୍ରହ କରାଯିବ ବୋଲି ସୂଚନା ଦେଇଥିଲେ।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here