ଆଜିଠୁ ଖୋଲିଲା ରାଜ୍ୟରେ ଦଶମ ଓ ଦ୍ୱାଦଶ ସ୍କୁଲ କଲେଜ,କୋଭିଡ ଗାଇଡ଼ ଲାଇନ ମାନି ସ୍କୁଲରେ ପ୍ରବେଶ କଲେ ଛାତ୍ରଛାତ୍ରୀ :

ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ଆଜିଠାରୁ ପୁରା ରାଜ୍ୟରେ ସ୍କୁଲ ଖୋଲିଛି । ଚଳିତ ବର୍ଷ ମେ’ ମାସରେ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନେ ଆଜିଠାରୁ  ସ୍କୁଲର ଶ୍ରେଣୀକକ୍ଷରେ ପାଦ ଥାପିଛନ୍ତି ।

ସମସ୍ତ ସ୍ଲୁଲ ମାର୍ଚ୍ଚ ମାସରୁ ଦୀର୍ଘ ୯ ମାସ ବନ୍ଦ ହୋଇଥିବା ବେଳେ ଶିକ୍ଷା ବ୍ୟବସ୍ଥା ଗୁରୁତର ପ୍ରଭାବିତ ହୋଇଥିଲା ଏହି ସ୍ଥିତିରେ ନିୟନ୍ତଣକୁ ଦୃଷ୍ଟିରେ ରଖି କୋଭିଡ ଗାଇଡଲାଇନ ଅନୁଯାୟୀ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛ୍ରାତ୍ର ଛ୍ରାତ୍ରୀଙ୍କ ପାଇଁ  ଜାନୁଆରୀ ୮ ତାରିଖରୁ ସ୍ଲୁଲ ଖୋଲିବାକୁ ନିଷ୍ପତି ନେଇଥିଲେ ଗଣଶିକ୍ଷା ବିଭାଗ. ତେବେ ଏନେଇ ଆଜି ଜାନୁଆରୀ ୮ ତାରିଖ ସ୍କୁଲ ଖୋଲିଲା। ୧୦୦ ଦିନର ପାଠ୍ୟଚକ୍ରରେ କଟକଣା ଓ କୋଭିଡ  ଗାଇଡଲାଇନ ମଧ୍ୟରେ ସ୍କୁଲ ଖୋଲିଲା। ତେବେ ସ୍କୁଲ ଖୋଲିବା ନେଇ ଶିକ୍ଷକ, ଅଭିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖା ଯାଇଛି।

ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ଚଳିତ ମାସ ୧୦ ତାରିଖରେ ପରୀକ୍ଷା ନିମନ୍ତେ ଫର୍ମ ପୂରଣ କରାଯିବ। ଏହାପୂର୍ବରୁ ଶ୍ରେଣୀକକ୍ଷରେ କୋଭିଡ଼ ନିୟମ ଅନୁଯାୟୀ ଅଳ୍ପ ସଂଖ୍ୟକ ପିଲାଙ୍କୁ ନେଇ କିପରି ପାଠ ପଢାଯିବ ଓ ୧୦୦ ଦିନରେ ଯେପରି ପାଠପଢା ସପୁର୍ଣ୍ଣ କରାଯିବ ସେନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ।  ଆଜି ସ୍କୁଲକୁ ଛାତ୍ରଛାତ୍ରୀ ପ୍ରବେଶ ସମୟରେ ପ୍ରଥମେ ଦୁରତ୍ଵ ବଜାଇ ରଖି ସ୍କ୍ରିନିଙ୍ଗ ଟେଷ୍ଟ ସହ ସାନିଟାଇଜ କରି ମାସ୍କ ପରିଧାନ ଉପରେ ଗୁରୁତ୍ୱ ଦେଇଛନ୍ତି। ସେମିତି ବିଦ୍ୟାଳୟରେ ସାନିଟାଇଜର, ହାତଧୁଆ ସାବୁନ ରଖିବାକୁ ବାଧ୍ୟତାମୂଳକ କରାଯାଇଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here