ଦ୍ବିତୀୟ ରେଳବାଇ ଲାଇନ କରାଇ ନ ଦେବାକୁ ଗଣ ବିକ୍ଷୋଭ :

ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କାରିମାଟି ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ଯାହା ଅଙ୍ଗେ ନିଭାଇଛନ୍ତି ସ୍ଥାନୀୟ ବାସିନ୍ଦା ।

ନୂଆଗାଁ ବ୍ଲକ ସ୍ଥିତ କାରୀମାଟି ଅଞ୍ଚଳରେ ଶହସ୍ରାଧିକ ଲୋକଙ୍କ ବିକ୍ଷୋଭ l ବନ୍ଧମୁଣ୍ଡାରୁ ହାଟିଆ ଦ୍ଵିତୀୟ ରେଳ ଲାଇନକୁ ନେଇ ଦେଖା ଦେଇଛି ଉତ୍ତେଜନା I ଦୀର୍ଘ ସମୟ ଧରି ଚାଲିଥିଲା ହୋ ହାଲ୍ଲା ଓ ପାଟିତୁଣ୍ଡ । କାରୀମାଟି ଗାଁ ଓ ଏହାର ଆଖାପାଖ ଗ୍ରାମର ପ୍ରାୟ ହଜାରରୁ ଅଧିକ ଅଧିବାସୀ ମାନେ କରିଛନ୍ତି ବିକ୍ଷୋଭ l ଘଟଣା ସ୍ଥଳରେ ରେଳବାଇ ପୋଲିଶ , ନୂଆଗାଁ ଫାଣ୍ଡି ପୋଲିଶ, ବୀରମିତ୍ରପୁର ତହସିଲଦାର ପ୍ରମୁଖ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଛନ୍ତି l କିନ୍ତୁ ଲୋକଙ୍କ ଦାବି ରେଲବାଇ ପ୍ରଥମେ ଯିବା ଆସିବା ପାଇଁ ଓଭର ବ୍ରିଜ ବା ରେଲବାଇ ଅଣ୍ଡର ପାସ୍ କରିବାକୁ ଦାବି କରିଛନ୍ତି l ତେବେ କଥା ହେଉଛି ଦ୍ବିତୀୟ ରେଳବାଇ ଲାଇନ ସକାସେ ବିନା ନୋଟିସରେ ଲୋକଙ୍କର ପଟ୍ଟା ଜମି ଉପରେ ଯୋର ଯବର ମାପ ଚୂପ କରି କାମ ଆଗେଇବା କେତେଦୁର ଯୁକ୍ତିଯୁକ୍ତ । ଗୋଟିଏ ରେଳବାଇ ଲାଇନରେ ଫାଟକ ନାହିଁ । ହେଲେ ସେଥିପାଇଁ କୈ।ଣସି ଚିନ୍ତା ନ କରି ଦ୍ବିତୀୟ ରେଳବାଇ ଲାଇନ ସକାସେ ସ୍ଥାନୀୟ ବାସିନ୍ଦାଙ୍କର ପୈତୃକ ଜମି ହାତେଇବା ପାଇଁ ଲାଗି ପଡିଛନ୍ତି ସରକାରୀ କଳ । ନଚେତ୍ ଦ୍ଵିତୀୟ ଲାଇନ୍ କରେଇ ଦେବେ ନାହିଁ ବୋଲି ଗାଁ ଲୋକେ ଜିଦରେ ଅଟଳ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here