ରାଜଗାଙ୍ଗପୁର ଅଞ୍ଚଳ ରେ ବନ ବିଭାଗ ଦ୍ୱାରା ପକ୍ଷୀ ଗଣନା : ସୁନ୍ଦରଗଡ଼

ସୁନ୍ଦର ଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳରେ ବନ ବିଭାଗ ଦ୍ୱାରା ପକ୍ଷୀ ଗଣନା କରାଯାଇଥିଲା ! ରାଜଗାଙ୍ଗପୁର ବନବିଭାଗ ତରଫରୁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇ ରାଜଗାଙ୍ଗପୁର ଅଞ୍ଚଳର ମନ୍ଦିରା ଡେମ, କାନ୍ସ ବାହାଲ ଡେମ, ପିତା ମହଲ ଡେମ ଅଞ୍ଚଳରେ ଏହି ଦଳ ପକ୍ଷୀ ଗଣନା କାର୍ଯ୍ୟ କରିଥିଲେ !ଅଞ୍ଚଳ ରେ ମୋଟ ୨୩୫୩ ଟି ପକ୍ଷୀ ଗଣନା ହୋଇଥିବା ବେଳେ ପିତା ମହଲ ଡେମ ଅଞ୍ଚଳ ରୁ ୧୧୮ ଟି, କାନ୍ସ ବାହାଲ ଡେମ ଅଞ୍ଚଳରୁ ୯୫୨ ଟି, ମନ୍ଦିରା ଡେମ ଅଞ୍ଚଳ ରୁ ୧୨୮୩ ଟି ପକ୍ଷୀ ଗଣନା କରାଯାଇଥିଲା !ସକାଳ ପ୍ରାୟ ୬ ଟାରୁ ୧୧ ଟା ପ୍ରଯ୍ୟନ୍ତ ବନବିଭାଗ ଦଳ ଅଞ୍ଚଳ ପରିଦର୍ଶନ କରି ଏହି ଗଣନା କାର୍ଯ୍ୟ କରିଥିଲେ !ରାଜଗାଙ୍ଗପୁର ବନ ବିଭାଗର ରେଞ୍ଜର ଚନ୍ଦ୍ର ଶେଖର ଗଡ଼ ନାୟକଙ୍କ ନେତୃତ୍ୱରେ ଏହି କାର୍ଯ୍ୟ ହୋଇଥିଲା !ଏହି ଦଳରେ ରାଜଗାଙ୍ଗପୁର ଫରେଷ୍ଟର ଅସିତ ପଟନାୟକ, ମାଲିଡିହି ଫରେଷ୍ଟର ପରମାନନ୍ଦ ପଟେଲ, ଫରେଷ୍ଟ ଗାର୍ଡ ଅଲିଅଳ ବେହେରା, ସଂଗୀତା ପଟେଲ, ଅର୍ଣ୍ଣପୂର୍ଣା ଭୋଇ, ସମିର ପାତ୍ର ରହିଥିବା ବେଳେ ପକ୍ଷୀ ଗଣନା କାର୍ଯ୍ୟକୁ ସମ୍ପୂର୍ଣ କରିଥିଲେ !

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here