10ଦଫା ଦାବିରେ ସିଆଇଟିୟୁ ତରଫରୁ ଆଇନ ଅମାନ୍ୟ ଆନ୍ଦୋଳନ : ଜଗତସିଂହପୁର

ଭାରତର ଟ୍ରେଡ଼ ୟୁନିୟନ କେନ୍ଦ୍ର ସିଆଇଟିୟୁ ଡ଼ାକରାରେ ଦେଶ ବ୍ୟାପି 10ଦଫା ଦାବିରେ ଆଇନ ଅମାନ୍ୟ ଆନ୍ଦୋଳନ ହେଉଥିବା ବେଳେ ଜଗତସିଂହପୁର ଜିଲ୍ଲା କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ସିଆଇଟିୟୁ ପକ୍ଷରୁ 10ଦଫା ଦାବି ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଇନ ଅମାନ୍ୟ ଆନ୍ଦୋଳନ କରାଯାଇଥିଲା। ସିଆଇଟିୟୁ ର ରାଜ୍ୟ ସମ୍ପାଦକ ଲୋଭାକାନ୍ତ ସ୍ୱାଇଁଙ୍କ ନେତୃତ୍ୱରେ ଶତାଧିକ ନିର୍ମାଣଶ୍ରମିକ ଓ ଚାଷୀମାନେ ଆନ୍ଦୋଳନ ରେ ସାମିଲ ହୋଇ 10ଦଫା ଦାବିରେ ଗର୍ଜିଥିଲେ। ଦାବି ଗୁଡିକ ମଧ୍ୟରେ 4ଟି ଶ୍ରମ କୋର୍ଡ଼ ଆଇନକୁ ବାତିଲ କରାଯାଉ,3ଟି କୃଷିଆଇନ କୁ ପ୍ରତ୍ୟାହାର କରାଯାଉ, ଶ୍ରମିକ ମାନଙ୍କୁ କରୋନା ସହାୟତା 7500ଟଙ୍କା ଦିଆଯାଉ, ମାସିକ ପେନସନ 10ହଜାର ଟଙ୍କା ଦିଆଯାଉ, ସାମାଜିକ ସୁରକ୍ଷା ପ୍ରଦାନ,ବିଦ୍ୟୁତ ଶୁଳ୍କ ଆଇନ 2020 କୁ ପ୍ରତ୍ୟାହାର କରାଯାଉ,ମନରେଗା କାମରେ ଦୁଇ ଶହ ଦିନ କାମ ସହ ଦୈନିକ ଛଅ ଶହଟଙ୍କା ମଜୁରୀ ପ୍ରଦାନ କରାଯାଉ,ରାଷ୍ଟ୍ରୟତ ସଂସ୍ଥାକୁ ଘରୋଇକରଣ ବନ୍ଦ କରାଯାଉ,ସାର୍ବଜନୀନ ମାଗଣା ଚିକିତ୍ସା ର ଗ୍ୟାରେଣ୍ଟି ପ୍ରଦାନ ଆଦି ଦାବିରେ ସିଆଇଟିୟୁ ପକ୍ଷରୁ ଆଇନ ଅମାନ୍ୟ କରାଯାଇଥିଲା।ଏହି ଆଇନ ଅମାନ୍ୟ ଆନ୍ଦୋଳନରେ ରେ ସିଆଇଟିୟୁ କେନ୍ଦ୍ରୀୟ କାର୍ଯ୍ୟକାରୀ ସଦସ୍ୟ ଦୁଷ୍ମନ୍ତ ଦାସ ଯୋଗଦେଇ କହିଥିଲେ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକ ଏବଂ ଚାଷୀ ବିରୋଧୀ।ଲକ୍ଷ ଲକ୍ଷ ଚାଷୀଙ୍କ ଦାବିକୁ କେନ୍ଦ୍ର ସରକାର ନମାନିବା ଦ୍ୱାରା ଚାଷୀମାନଙ୍କ ଜୀବନଜୀବିକା ବୁଡିଯିବ।ତେଣୁ ଏ ସମସ୍ତ ଆଇନକୁ ତୁରନ୍ତ ବାତିଲ କରିବାକୁ ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଆଇଟିୟୁ ର ନିର୍ମାଣ ଶ୍ରମିକ ସଂଗଠନ ର,ଜିଲ୍ଲା ସମ୍ପାଦକ ବେଣୁଧର ବାରିକ, ସହ ସମ୍ପାଦକ କୃଷ୍ଣ ଚନ୍ଦ୍ର ବସ୍ତିଆ, ଉପସଭାପତି ବିନ୍ଦୁସାଗର ଓଝା, ନଟବର ପଲେଇ,ମାନସୀ ଓଝା, ଶରତ ବେହେରା,ପ୍ରଫୁଲ୍ଲ ନାୟକ,ସୁକଦେଵ ଦାସ,ସୁବାସ ମହାରଣା,ରମେଶ ବେହେରା, ଧନେଶ୍ୱର ରାଉତ,ସପନ ଦାସ,ଯୁଗଳ ବାରିକ ସଂଜୟ ପରିଡା,ନିବାରଣ ନାୟକ, ଜଗବନ୍ଧୁ ସେଠୀ, ପ୍ରମିଳା ସେଠୀ ପ୍ରମୂଖ ସିଆଇଟିୟୁର କର୍ମକର୍ତା ଆଇନ ଅମାନ୍ୟ ଆନ୍ଦୋଳନ ରେ ସାମିଲ ହୋଇଥିଲେ। ପରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ ଲରିଥିଲେ। ।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here