ବଣାଇଁ ଅଞ୍ଚଳରେ ବନ୍ଦ ର ପ୍ରଭାବ, ନୂଆ କୃଷି ନୀତି କୁ ବିରୋଧ

  • ନୂଆ କୃଷି ନୀତି କୁ ବିରୋଧ ତଥା ସମଗ୍ର ଭରତ ରେ ୧୩ ଦିନ ଧରି ଆନ୍ଦୋଳନରତ କୃଷକ ଙ୍କୁ ସମର୍ଥନ ଜଣାଇ ଆଜି ଭରତ ବନ୍ଦ ଡାକରା ଦିଆଯାଇଛି l ଏହି ପରିପ୍ରେକ୍ଷୀରେ ବଣାଇଁ ଅଞ୍ଚଳର ନରେନ୍ଦ୍ର ଛକ, ଲହୁଣିପଡ଼ା ବାଇପାସ୍ ଛକ, ରକ୍ସି ଓ ବିମଳାଗଡ଼ ରେଳ ଷ୍ଟେସନ, କୋଇଡ଼ା ଛକ ପ୍ରଭୃତି ସ୍ଥାନରେ ସି ପି ଆଇ ଏମ, କଂଗ୍ରେସ, ଭଳି ରାଜନୈତିକ ଦଳ ର କର୍ମୀ ଙ୍କ ସହିତ ସାଧାରଣ ଲୋକମାନେ ମଧ୍ଯ ସାମିଲ ହୋଇଥିବା ଦେଖାଯାଇଛି l ପରିଣାମ ସ୍ୱରୂପ ଅଞ୍ଚଳରେ ବସ୍ ସେବା, ଯାନବାହନ ଚଳାଚଳ, ରେଳ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇଛି l ଅଞ୍ଚଳରେ ଦୋକାନବଜାର ଖୋଲା ରହିଥିଲେ ହେଁ ରାଜ୍ଯ ସରକାର ଙ୍କ ବନ୍ଦ କୁ ସମର୍ଥନ ଜଣାଇ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ନିର୍ଦ୍ଦେଶ ଯୋଗୁଁ ବନ୍ଦ ସଫଳ ହୋଇଥିବା ଦେଖାଯାଇଛି l ବଣାଇଁ ର ନରେନ୍ଦ୍ର ଛକ ଠାରେ ଚାଷୀ ମାନେ ୧୪୩ ନମ୍ବର ଜାତୀୟ ରାଜପଥ ଉପରେ ଚଉକି ପକାଇ ବସି ରାଜପଥ ଅବରୋଧ କରିଥିବା ବେଳେ ରାଜାମୁଣ୍ଡା ବାଇ ପାସ ଠାରେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କ ନେତୃତ୍ୱ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଚି I ସେହିଭଳି ବଣାଇଁ ସହରରେ କଂଗ୍ରେସ ଦଳ ପକ୍ଷରୁ ପିକେଟିଂ ଜାରି ରହିଛି l
  • ସୁନ୍ଦରଗଡ଼ ରୁ ସନ୍ତୋଷ କୁମାର ପାତ୍ର ଙ୍କ ରିପୋର୍ଟ୍ Odisha1.tv

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here