ଡାବୁଗାଁ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ

ଡାବୁଗାଁ, ୭/୧୨ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ନନ୍ଦପୁରା, ଘୋଡାଖୁଣ୍ଟା, ବୋରିଗାଁ, କୋଇଲାରୀ ଓ ଜୁନାପାଣି ପଞ୍ଚାୟତର ଗିର୍ଲା ଗ୍ରାମରେ ସୋମବାର ଡାବୁଗାଁ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ କର୍ମୀ ସମ୍ମିଳନୀ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ , ବିଭିନ୍ନ ଯୋଜନା ଉପରେ ସମସ୍ତଙ୍କୁ ବୁଝାଇଥିଲେ | ଏହାସହ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏଥିରେ ଗ୍ରାମରେ ଥିବା ବିଭିନ୍ନ ସମସ୍ୟା ଉପରେ କର୍ମୀମାନେ ଉପସ୍ଥାପନ କରିଥିଲେ | ଉକ୍ତ ସମସ୍ୟାର ସମାଧାନ କରାଯିବା ବୋଲି ସାଂସଦ ସୂଚନା ଦେଇଥିଲେ | ଏଥିରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ସାଂସଦ ପ୍ରତିନିଧି ଏମ୍॰ ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍॰ ବୁଲୁ ରାଓ, ପି॰ ନାଗା ରାଓ, ଜି॰ ମୁରଲୀ, ଗେଦୁ ପଟ୍ଟନାୟକ, ଟି॰ପ୍ରସାଦ ରାଓ, ଟି॰ ଜୁଗୁନୁ ଓ ପ୍ରତି ପଞ୍ଚାୟତର ପଞ୍ଚାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ |

ନବରଙ୍ଗପୁର ଜିଲା ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here