କୃଷକ ମାନଙ୍କ ଭାରତ ବନ୍ଦ ଡକରାକୁ ସମର୍ଥନ କରି କଂଗ୍ରେସର ଡାବୁଗାଁରେ ଚକା ବନ୍ଦ

ଡାବୁଗାଁ, ୮/୧୨ କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ କରି କେନ୍ଦ୍ରୀୟ କୃଷକ ସଂଘ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡକରାକୁ ସମର୍ଥନ କରି ଡାବୁଗାଁ ବ୍ଲକ କଂଗ୍ରେସ ପକ୍ଷରୁ ମଙ୍ଗଳବାର ମଧ୍ୟାହ୍ନରେ ଚକା ବନ୍ଦ କରଯାଇଥିଲା | ଗାଡି ଚଳାଚଳ ବନ୍ଦ ହୋଇଥିବା ବେଳେ ଡାବୁଗାଁରେ ଦୋକାନ ବଜାର ଖୋଲା ରହିଥିଲା | ଏଥିରେ କଂଗ୍ରେସ କର୍ମୀ ମାନେ ଡାବୁଗାଁ ଠାରେ ନବରଙ୍ଗପୁର – ଉମରକୋଟ ମୁଖ୍ୟ ରାସ୍ତାର ଚାରିଛକ ଉପରେ ଛିଡା ହୋଇ କେଦ୍ର ସରକାରଙ୍କ କୃଷି ବିଲ ପ୍ରତ୍ୟାହାର ନିମନ୍ତେ ବିରୋଧୀ ସ୍ଲୋଗାନ ଦେଇ ରାସ୍ତା ବନ୍ଦ କରି ଆନ୍ଦୋଳନ କରିଥିଲେ | ଏଥିରେ ରାସ୍ତାର ଉଭୟ ପଟରେ ଛୋଟ ଛୋଟ ଗାଡି ଗୁଡିକ ଛିଡା ହୋଇ ରହିଥିଲା | ଏହି ଆନ୍ଦୋଳନରେ ବ୍ଲକ କଗ୍ରେସ ସଭାପତି ଜି॰ ସାଇରାଜୁ, ଡାବୁଗାଁ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝୀ, ବାବି ଜେନା, ଟି॰ ମୁରଲୀ ରାଓ, ରାମେଶ୍ଵର ପାଣିଗ୍ରାହୀ, ଧବଳ ନାୟକ, ଭଗବାନ ଖୁଣ୍ଟିଆ, ରାଜେନ୍ଦ୍ର ମିଶ୍ର ଏବଂ ଅନ୍ୟ ମାନେ ଯୋଗ ଦେଇଥିଲେ |

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here