ରାଉରକେଲା ସହରରେ ବନ୍ଦ ପାଳନ ବେଳେ କଂଗ୍ରେସ ଦଳର ବିକ୍ଷୋଭ :

ଭାରତୀୟ କୃଷକ ସଙ୍ଗଠନର ଭାରତ ବନ୍ଦ ଡାକରାକୁ ରାଉରକେଲାରେ ଅଦ୍ଭୁତପୂର୍ବ ସଫଳତା ମିଳିଛି । କେନ୍ଦ୍ର ସରକାର ଦେଶର ଅନ୍ନଦାତା କୃଷକ ମାନଙ୍କ ସ୍ବାର୍ଥ ବିରୁଦ୍ଧରେ ପ୍ରଣୀତ ୩ଟି କଳା କୃଷି ଆଇନ ପ୍ରତ୍ୟାହାର ଦାବୀକୁ ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ ଜିଲ୍ଲାରେ ବିପୁଳ ସମର୍ଥନ ମିଳିଥିବାରୁ ରାଉରକେଲା ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲା ବାସୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ବରେ ଦଳୀୟ କର୍ମକର୍ତ୍ତା ବିଶ୍ରାଛକର ରିଂ ରୋଡକୁ ଅବରୋଧ କରି ମୋଦି ସରକାରଙ୍କ ବିରୋଧରେ ଶ୍ଳୋଗାନମାନ ଦେଇଥିଲେ । ଏହି ବନ୍ଦ ସମୟରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସମର୍ଥନ କରିଥିଲେ ନିଜର ବ୍ୟବସାୟ ବନ୍ଦ କରି । ନୂତନ କୃଷି ଆଇନରେ ମଣ୍ଡି ବ୍ୟବସ୍ଥା ଉଛ୍ଛେଦ କରାଯିବା ସହ ଫସଲର ସରକାରୀ ସହାୟକ ମୂଲ୍ୟ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି । ଚୁକ୍ତି ଭିତ୍ତିକ କୃଷି କାର୍ଯ୍ୟ ବ୍ୟବସ୍ଥା କରାଯାଇ ଚାଷୀମାନଙ୍କ ଜମିକୁ ପୁଞ୍ଜିପତିଙ୍କ ହାତରେ ଟେକି ଦେବାକୁ ରାସ୍ତା ପ୍ରସ୍ତୁତ କରାଯାଇଛି । କଳା କୃଷି ଆଇନ ପ୍ରତ୍ୟାହାର ନ ହେବାଯାଏଁ କୃଷକ ମାନଙ୍କ ଆନ୍ଦୋଳନକୁ କଂଗ୍ରେସ ଦଳର ପୂର୍ଣ୍ଣ ସମର୍ଥନ ଜାରି ରହିବ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here