ବିଧାୟକଙ୍କ ଦ୍ବାରା ଉଦଘାଟିତ ହେଲା ଧାନ ମଣ୍ଡି : ସୁନ୍ଦରଗଡ଼

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଭୋଇପାଲି ପଞ୍ଚାୟେତରେ ଥିବା ଧାନ ମଣ୍ଡିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କଲେ ଭାଜପା ଜିଲ୍ଲା ସଭାପତି ତଥା ମାନ୍ୟବର ତଲସେରା ବିଧାୟକ ଭବାନି ଶଙ୍କର ଭୋଇ । ଭୋଇପାଲି ଧାନ ମଣ୍ଡିରେ ଧାନ କିଣା ଆମର ବିଧାୟକ ଶ୍ରୀ ଭବାନୀ ଶଙ୍କର ଭୋଇଙ୍କ ଦ୍ୱାରା ଶୁଭାରମ୍ଭ ହେଲା ।

ଆମର ସରପଞ୍ଚ ଶ୍ରୀମତୀ ମନ୍ଦାକିନୀ ବରିହା , ଏସଏଲପିସିର ସଦସ୍ୟ ଶ୍ରୀ ସତ୍ୟ ନାରାୟଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ । ଭୋଇପାଲି ଓ ଫୁଲବାରୀ ପଞ୍ଚାୟେତର ଅନେକ ଚାଷୀ ଭାଇ ଭଉଣୀ ମଧ୍ୟ ଉପସ୍ଥିତ ଥିଲେ l ଭୋଇପାଲି ମଣ୍ଡିର ଏହା ୨ୟ ବର୍ଷ ଅଟେ । ବହୁତ ବହୁତ ଧନ୍ୟବାଦ ଆମର ସରପଞ୍ଚ ଓ ବିଧାୟକଙ୍କୁ ଯାହାଙ୍କ ପାଇଁ ଆମେ ନିକଟରେ ଧାନ ବିକ୍ରୟ କରି ପାରିଲୁ । ସମସ୍ତ ଅଞ୍ଚଳରେ ସାଂସଦ ଓ ବିଧାୟକମାନେ ଚାଷୀମାନଙ୍କ କଥା ବୁଝିବାକୁ ଚେଷ୍ଟା କଲେ ଚାଷୀମାନେ ଉପକୃତ ହୋଇପାରନ୍ତେ । ସମଗ୍ର ଜିଲ୍ଲାରେ ଚାଷୀମାନଙ୍କର ଧାନ ବିକ୍ରି ସକାସେ ସଠିକ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହେଉଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here