ବଡଗାଁ ଅଞ୍ଚଳରେ ଜଙ୍ଗଲୀ ହାତୀପଲ : ସୁନ୍ଦରଗଡ

ସୁନ୍ଦରଗଡ ଜିଲ୍ଲା ବଡଗାଁ ବ୍ଲକ ଅଞ୍ଚଳରେ ପଶିଲେ ଜଙ୍ଗଲୀ ହାତୀପଲ । ବୋଲ ମାନୁ ନାହାଁନ୍ତି ବନ ବିଭାଗର । ଜଙ୍ଗଲ ଭିତରୁ ୯ ଜଣିଆ ଏକ ଜଙ୍ଗଲୀ ହାତୀପଲ ବାହାରି ଆସି ଜତୀୟ ରାଜ ୧୦ ଡେଇଁ ବସ୍ତି ଭିତରେ ପଶିବା ସହ ବଡଗାଁ ବସ୍ତି ବାସୀନ୍ଦା ରାଜୁ ଦାସଙ୍କ ଧାନ ଖାଇ ଯାଇଥିଲେ ।

ପରେ ବନ ବିଭାଗ ସହିତ ବସ୍ତି ବାସୀନ୍ଦା ମିଶି ଉକ୍ତ ହାତୀ ଦଳଙ୍କୁ ଘଉଡାଇବା ପରେ ପୁନଶ୍ଚ ସେମାନେ ଅନ୍ୟ ଉପାୟ ନ ପାଇ ବାଧ୍ୟ ହୋଇ ବଡଗାଁ ବସ୍ତିରୁ ବାହାରି ଜାତୀୟ ରାଜପଥ ଦେଇ ନିକଟସ୍ତ ଜଙ୍ଗଲକୁ ବାହୁଡି ଯାଇଥିଲେ । ତେବେ ୯ ଜଣିଆ ଜଙ୍ଗଲୀ ହାତୀ ବସ୍ତି ଭିତରେ ପଶିବା ଦ୍ବାରା ବସ୍ତିର ବାସୀନ୍ଦା ଡରରେ ରାତି ସାରା ଶୋଇ ପାରି ନ ଥିଲେ । କାଳେ ପୁନଶ୍ଚ ଜଙ୍ଗଲରୁ ଫେରି ଆସିବେକି ହାତୀଦଳ ଭାବି ଆତଙ୍କିତ ଅବସ୍ଥାରେ ଲୋକେ ରାତି ଶୋଇବା ଭୂଲି ଯାଇଥିଲେ । ତେବେ ବନ ବିଭାଗ ସଜାଗ ରହିବା ପାଇଁ ସାଧାରଣରେ ଦାବୀ ହେଉଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here