ରାଜଗାଙ୍ଗପୁର ବିଧାୟକ ଉଦଘାଟନ କଲେ ବାଇକ ଆମ୍ବୁଲେନ୍ଷ :

ରାଜଗାଙ୍ଗପୁର ବ୍ଳକ ଅନ୍ତର୍ଗତ ସରକାରୀ ଚିକିସ୍ରାଳୟରେ ଆଜି ସ୍ଥାନୀୟ ବିଧାୟକ ଡାକ୍ତର ସି ଏସ ରାଜନଏକ୍କା ବାଇକ ଆମ୍ବୁଲେନ୍ରସ ଉଦଘାଟନ କରିଥିଲେ । ଉକ୍ତ ବାଇକ ଆମ୍ବୁଲେନସ ଦୁର ଦୁରାନ୍ତରରେ ଥିବା ଅପହଞ ଗ୍ରାମକୁ ଯାଇ ରୋଗିମାନକୁ ଆଣି ଚିକିତ୍ସା କରାଇବାରେ ସହାୟକ ହେବ । ରାସ୍ତାନଥିବା ତଥା ଗାଡିମଟର ସୁବିଧାନଥିବା ଗ୍ରାମକୁ ଯାଇ ଅସୁବିଧାରେ ଥିବା ରୋଗିଙ୍କୁଆଣି ସରକାରୀ ଚିକିତ୍ସାଳୟରେ ଉଚିତ ଚିକିସ୍ରା ପ୍ରଦାନ କରିବା ସକାସେ ଏହି ବାଇକ ଆମ୍ବୁଲେନ୍ସର ବ୍ୟବସ୍ତା କରାଯାଇଛି । ସରକାରଙ୍କ ଦ୍ବାରା ବ୍ୟବସ୍ତା କରାଯାଇଥିବା ବାଇକ ଆମ୍ବୁଲେନ୍ସରେ ରୋଗିମାନେ ଆସି ସରକାରୀ ଚିକିତ୍ସାଳୟରେ ଚିକିତ୍ସିତ ହେବେ । ଆଜିର ଏହି ଉଦଘାଟନି ଉତ୍ସବରେ ବିଧାୟକଙ୍କ ସମେତ ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ , ସିଡିଏମଓ , ରାଜଗାଙ୍ଗପୁର ସରକାରୀ ଚିକିତ୍ସାଳୟର ମୁଖ୍ୟଡାକ୍ତର ଓ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।ଏତଦ ବ୍ୟତିତ ସରକାରୀ ଚିକିତ୍ସାଳୟରେ ଥିବା ଏସ୍କରେ ମେସିନ ଓ ଦାନ୍ତ ବିଭାଗକୁ ମଧ୍ୟ ଜନ ସାଧାରଣଙ୍କ ଉପସ୍ଥିତିରେ ଲୋକାର୍ପଣ କରିଥିଲେ ଉପସ୍ଥିତ ଅତିଥିମାନେ ।

ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ରୁ ରଞ୍ଜିତ କୁମାର ରାଉତଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here