ଷ୍ଟେସନ ପ୍ରବେଶ ପଥରେ ଛୁରାମାଡ଼ , ଜଣେ ଗୁରୁତର

ଯାଜପୁର ଜିଲ୍ଲାରେ ଥିବା ଯାଜପୁର କେନ୍ଦୁଝର ରୋଡ଼ ରେଳ ଷ୍ଟେସନ ପ୍ରବେଶ ପଥ ସମ୍ମୁଖରେ ସୋମବାର ଅପରାହ୍‌ଣରେ ଦୁଇଜଣ ଟ୍ୟାକ୍ସି ଡ୍ରାଇଭର ମଧ୍ୟରେ ଛୁରାମାଡ଼ । ଛୁରାମାଡ଼ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଦୁଇଜଣ ଡ୍ରାଇଭରଙ୍କ ମଧ୍ୟରେ ପୂର୍ବ ଝଗଡ଼ାକୁ ନେଇ ଏହି ଛୁରାମାଡ଼ ହୋଇଥିବା ଜଣାପଡ଼ିଛି ।

 ସୂଚନାମୁତାବକ ଘଟଣାରୁ ପ୍ରକାଶ ଯେ, ଦୁଇ ଡ୍ରାଇଭର ଜୁଆ ଖେଳୁଥିବା ବେଳେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଉପସ୍ଥିତ ଲୋକେ ଉଭୟଙ୍କୁ ବୁଝା‌ସୁଝା କରି ସମାଧାନ କରିଥିଲେ। ହେଲେ ବିରଞ୍ଚି ବସିଥିବା ସମୟରେ ସୁଧୀର ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲା ୧୦୮ ଆମ୍ବୁଲାନ୍ସରେ ବିରଞ୍ଚିଙ୍କୁ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ।

 ତେବେ ବିରଞ୍ଚିର ଅବସ୍ଥା ଗୁରୁତର ଥିବା ଦେଖି ସେଠାରେ ଉପସ୍ଥିତ ଥିବା ଡ୍ରାଇଭରମାନେ ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରି କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରିଥିଲେ । ଯାଜପୁର ରୋଡ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସୁଧୀରକୁ ଅଟକ ରଖିବା ସହ ତଦନ୍ତ ଜାରି ରଖିଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here