ଗୁହାଳ ଘରେ ନିଆଁ ଲାଗି ତିନି ବଖରା ଭସିଭୂତ ଗାଈ ଅଦ୍ଧଦ୍ୱଗ ମୃତ: ଜଗତସିଂହପୁର

ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ରୋହିଆ ପଞ୍ଚାୟତ ର ପାଞ୍ଚପା ଗ୍ରାମ ରେ ଗତ କାଲି ବିଳମ୍ବିତ ରାତିରେ ନରେନ୍ଦ୍ର ପରିଡା, ଗଣେଶ ପରିଡ଼ା ଓ ରମେଶ ପରିଡା ଙ୍କ ଗୁହାଳ ରେ ନିଆଁ ଲାଗି 3 ବଖରା ଘର ପୋଡ଼ି ପାଉଁଶ ହେବା ସହ ଗୋଟିଏ ଗାଈ ର ମୃତ୍ୟୁ ହେଇଚି ଓ 4 ଟି ଗାଈ ଅର୍ଦ୍ଧ ଦଗ୍ଧ ଅବସ୍ତା ରେ ଜୀବିତ ଅଛନ୍ତି । ସୂଚନା ଅନୁଯାୟୀ ଗତ କାଲି ରାତି 12 ଟା ରେ କୌଣସି ଅକସ୍ମାତ୍ କାରଣ ରୁ ନିଆଁ ଲାଗି ଥିଲା ।ଉକ୍ତ ଗ୍ରାମ ର ଜଣେ ବ୍ୟକ୍ତି ବିଳମ୍ବିତ ରାତ୍ରିରେ ଏହା କୁ ଦେଖି ନରେନ୍ଦ୍ର ପରିଡା କୁ ଡାକିଥିଲେ। କିନ୍ତୁ ନରେନ୍ଦ୍ର ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ। କିନ୍ତୁ ଅଗ୍ନିଶମ ବିଭାଗ ସେଠାରେ ପହଁଞ୍ଚିବା ମାତ୍ରେ ନିଆଁ ଅଣ ଆୟତ ହୋଇ ଥିଲା ଓ ନରେନ୍ଦ୍ର ପରିଡା ଙ୍କ ଗୋଟେ ଗାଈ ମୃତ୍ୟୁ ହୋଇସାରିଥିଲା ଏବଂ ଗଣେଶ ପରିଡ଼ା ଓ ରମେଶ ପରିଡା ଙ୍କ 4 ଟି ଗାଈ ଅର୍ଦ୍ଧ ଦଗ୍ଧ ଅବସ୍ତା ରେ ଉଦ୍ଧାର ହେଲେ । ଆଜି ସକାଳେ ଘଟଣା ସ୍ଥଳରେ ନାଉଗାଁ R.i ପହଂଚି ତଦନ୍ତ କରିବା ସହିତ ସରକାର ଙ୍କ ପକ୍ଷ ରୁ ସାହାୟତା ପ୍ରଦାନ କରାଯାଇଛି। ଏ ପର୍ୟନ୍ତ ନିଆଁ ଲାଗିଥିବାର କାରଣ ବର୍ତ୍ତମାନ୍ ସୁଦ୍ଧା ଅସ୍ପଷ୍ଟ ବୋଲି ଜଣାପଡିଛି। ନରେନ୍ଦ୍ର ଙ୍କୁ ସରକାରୀ ସହାୟତା ମିଳୁ ବୋଲି ଗ୍ରାମବାସୀ ମାନେ ଦାବି କରିଛନ୍ତି।


ଜଗତସିଂହପୁର ଜ଼ିଲ୍ଲା ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here