୫୮ ତମ ହୋମଗାର୍ଡ ଓ ସିଭିଲ ଡିଫେନ୍ସ ପ୍ରତିଷ୍ଠା ଦିବସ ସକାଳ 7ଘାଣ୍ଟିକା ସମୟରେ ଜଗତସିଂହପୁର ରିଜର୍ଭ ପୋଲିସ ପଡ଼ିଆରେ ପାଳିତ ହୋଇଯାଇଛି। ଏହି ଅବସରରେ ଜଗତସିଂହପୁର ଆରକ୍ଷୀ ଅଧୀକ୍ଷକ ପ୍ରକାଶ ଆର ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିଥିଲେ। ରିଜର୍ଭ ଇନ୍ସପେକ୍ଟର ଦୁର୍ଯ୍ୟୋଧନ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜଗତସିଂହପୁର ଆରକ୍ଷୀ ଅଧୀକ୍ଷକ, ଉତ୍କର୍ଷ ସେବା ପ୍ରଦାନ ନିମନ୍ତେ ୩୭ ଜଣ କୋଭିଡ଼ ୱାରୀଅର ଗୃହରକ୍ଷୀ ଓ ୭ ଜଣ ସିଭିଲ ଡିଫେନ୍ସ କର୍ମକର୍ତ୍ତା ଙ୍କୁ ୧,୦୦୦ ଟଙ୍କା ସମେତ ମାନପତ୍ର ପ୍ରଦାନ କରିଥିଲେ।
ଜଗତସିଂହପୁର ଜ଼ିଲ୍ଲା ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ