ଜିଲ୍ଲାର ବିଭିନ୍ନ ସ୍ଥାନ ମାଓ ପୋଷ୍ଟର: ନବରଙ୍ଗପୁର

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମା ଠାରୁ ଚାରି କିଲୋମିଟର ଦୂର ବାଘବେଡା ଠାରୁ ଭାରଶୁଣ୍ଡି ରାସ୍ତା ମଝିରେ, ଉମରକୋଟ ଠାରୁ ରାଇଘର ସଂଯୋଗ କରୁଥିବା ରାଜ୍ୟ ରାଜପଥ ମହୁଭଟ୍ଟା ନିକଟରେ ଓ ରାଇଘର ବ୍ଲକ ର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଟଙ୍ଗାହେଇ ଥିବା ସହ ଲିଫ୍ ଲେଟ୍ ଦେଖିବାକୁ ମିଳିଛି ।ପୋଷ୍ଟରେ ନରେନ୍ଦ୍ର ମୋଦୀ, ନବୀନ ପଟ୍ଟନାୟକ ଓ ଭୁପେଶ ବଘେଲ ଙ୍କୁ ବିରୋଧ କରିବା ସହ ଜନ ଯୁଦ୍ଧ କରିବା ପାଇଁ ଯୁବକ ଯୁବତୀଙ୍କୁ ଆହ୍ୱାନ କରାଯାଇଛି ; ଜଳ, ଜଙ୍ଗଲ ଓ ଜମି ପାଇଁ ଯୁଦ୍ଧ ଜାରି ରଖିବା ପାଇଁ କୁହାଯାଇଛି,ନୂଆପଡା ଓ ମେନପୁର ଡିଭିଜନ ପକ୍ଷ ରୁ ଲାଗିଥିବା ଜଣାପଡିଛି । ଗଛ ପାଖେ ଗାତ ଖୋଲା ହେଇ ଥିବାର ଦେଖି ବାକୁ ମିଳିଛି, ଯେହେତୁ ରାତି ସମୟ ହେଇଥିବାରୁ ସ୍ଥାନିୟ ରାଇଘର ପୋଲିସ ଏବଂ B.S.F କ୍ୟାମ୍ପ ନିକଟରେ ଏ ନେଇ ସୂଚନା ଥିଲା ହେଲେ ମଧ୍ୟ ଘଟଣା ସ୍ଥଳରୁ ମାଓ ପୋଷ୍ଟର ଜବତ ହୋଇ ପାରି ନ ଥିବାରୁ ସ୍ଥାନିୟ ଅଞ୍ଚଳ ରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here