ପରଲୋକରେ ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁରବାବା

ଭୁବନେଶ୍ବର: ରାଜ୍ୟର ବହୁଚର୍ଚ୍ଚିତ ବାବା ସୁର ବାବା ଆଉ ନାହାନ୍ତି । ଭୁବନେଶ୍ୱର ଉପକଣ୍ଠ ଝିଣ୍ଟି ଶାସନର ତ୍ରାହି ଅଚ୍ୟୁତ ଆଶ୍ରମର ସୁରବାବା ପ୍ରତିଷ୍ଠାତା ଓରଫ ସୁରେନ୍ଦ୍ର ମିଶ୍ରଙ୍କର ପରଲୋକ ଘଟିଛି ।  ଅସୁସ୍ଥତା ଯୋଗୁଁ କିଛି ଦିନ ହେଲା ରାଜଧାନୀର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ସୁରବାବା। ଝିଣ୍ଟି ଶାସନସ୍ଥିତ ଆଶ୍ରମରେ ପୋଥି ଦେଖି ଭାଗ୍ୟ ଭବିଷ୍ୟତ କହି ସେ ଲୋକପ୍ରିୟତା ହାସଲ କରିଥିଲେ। ଏକଦା ତାଙ୍କ ଆଶ୍ରମକୁ ରାଜ୍ୟର ପ୍ରତିଷ୍ଠିତ ବ୍ୟକ୍ତିଙ୍କର ନିୟମିତ ଯାତଆତ ଥିଲା।

ଗତକାଲି ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଦେହାନ୍ତ ହୋଇଛି | ମଧୁମେହ ଏବଂ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ୨୦ରୁ ଅଧିକ ଦିନ ହେବ ମେଡିକାଲରେ ଚିକିତ୍ସାଧୀନ ଥିଲେ | ଆଜି ଆଶ୍ରମ ପରିସରେ ଥିବା ବାବାଙ୍କ ବିଶ୍ରାମସ୍ଥଳରେ ସମାଧି ପାଇଁ ଆୟୋଜନ ଚାଲିଛି | ୧୯୪୭ ମସିହାରେ ସ୍ନାନ ପୂର୍ଣ୍ଣମୀ ଦିନ ବାବା ଜନ୍ମ ଗ୍ରହଣ କରିଥିଲେ | ବାବାଙ୍କ ବଡ଼ ପୁଅ ତ୍ରିଲୋଚନ ମିଶ୍ର (ଟୁଟୁ) ଏବଂ ସାନ ପୁଅ ବିରଞ୍ଚି ନାରାୟଣ ମିଶ୍ର (ଲିଟୁ) ଉପସ୍ଥିତ ଅଛନ୍ତି | ବାବାଙ୍କ ଅନ୍ତିମ ଦର୍ଶନ ଲାଗି ଆଶ୍ରମକୁ ଭକ୍ତମାନଙ୍କ ସୁଅ ଛୁଟିଛି |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here