ଦେବଗଡ଼: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ଅସୁସ୍ଥ ହାତୀ

ଦେବଗଡ଼: ଦେବଗଡ ବନଖଣ୍ଡ ଓ ଦେବଗଡ ବନାଞ୍ଚଳର କଂସର ସେକ୍ସନ ଅନ୍ତର୍ଗତ ବିରିୟାମ ଗ୍ରାମରେ ଏକ ଅସୁସ୍ଥ ବୟସ୍କ ମାଈ ହାତୀର ମୃତ୍ୟୁ ଘଟିଛି। ହାତୀଟି ନିକଟସ୍ଥ ପାହାଡ଼ି ନାଳରେ ପଡ଼ିଛି ବୋଲି ଗ୍ରାମବାସୀଙ୍କଠାରୁ ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମଙ୍ଗଳବାରଠାରୁ ମାଈ ହାତୀର ଚିକିତ୍ସା ଆରମ୍ଭ କରିଥିଲେ। ଦୀର୍ଘ ୭ ଦିନର ଚିକିତ୍ସା ପରେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି ଅସୁସ୍ଥ ହାତୀ । ଖବର ପାଇ ବନ ବିଭାଗ କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି।

ଏଠାରେ ସୂଚନାଯୋଗ୍ୟ ଯେ, ତିଲେଇବଣି ପ୍ରାଣୀ ଚିକିତ୍ସକଙ୍କ ନେତୃତ୍ବରେ ଏକ ଟିମ୍‌ ଗଠନ କରାଯାଇ ହାତୀର ଚିକିତ୍ସା‌ ଆରମ୍ଭ କରାଯାଇଥିଲା । ରବିବାର ଦିନ ବନ ବିଭାଗ ଏବଂ ପ୍ରାଣୀ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ଅସୁସ୍ଥ ମାଈ ହାତୀକୁ ଉଠାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ମାଈ ହାତୀଟି ଦୁର୍ବଳ ହୋଇପଡିଥିବା ହେତୁ ଉଠି ପାରିନଥିଲା ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here