ଭାଜପାର ମଣ୍ଡଳ ପ୍ରଶିକ୍ଷଣ ଶିବିର ଆୟୋଜିତ :

ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ମେଘ ଡେଗା କଲ୍ୟାଣ ମଣ୍ଡପ ଠାରେ ବିଜେପି ମଣ୍ଡଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସଦର ବିଧାୟିକା ଶ୍ରୀମତୀ କୁସୁମ ଟେଟେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ l ବିଜେପି କର୍ମକର୍ତ୍ତା ଶୃଙ୍ଖଳା ରକ୍ଷା କରି ଠିକ ଭାବରେ କାମ କରିବାକୁ ସହଯୋଗ କାମନା କରିଥିଲେ l ଏହି ପ୍ରଶିକ୍ଷଣ ବର୍ଗରେ ଭାରତୀୟ ଜନତା ପାର୍ଟିର ଇତିହାସ ଏବଂ ବିକାଶ, ବିଚର ପରିବାର, ଆମର ଦାୟିତ୍ଵ, ଭାରତର ମୁଖ୍ୟ ଧାରା, ଆମର ବିଚାର ଧାରା, ବ୍ୟକ୍ତିତ୍ବ ବିକାଶ, ଗତ ଛଅ ବର୍ଷରେ ହୋଇଥିବା ଅନ୍ତୋଦୟୀ ପ୍ରଜନ୍ମ, ରାଷ୍ଟ୍ରୀୟ ସୁରକ୍ଷା ଓ ସାମର୍ଥ୍ୟ ସହିତ ଆତ୍ମ ନିର୍ଭରତା, ସୋସିଆଲ ମିଡିଆର ପ୍ରଭାବି ଉପଯୋଗ, କାର୍ଯ୍ୟ ପଦ୍ଧତି ଏବଂ ସଂଗଠନ ସଂରଚନା ରେ ଆମର ଭୂମିକା, ରାଜ୍ୟର ରାଜନୈତିକ ପୃଷ୍ଠଭୂମି ଓ ଭାଜପା ର ଭୂମିକା ଏବଂ ନିର୍ବାଚନ ପରିଚାଳନା, ବିଷୟ ରେ ପ୍ରଶିକ୍ଷକ ମହେନ୍ଦ୍ର ମାଝୀ, ଡାଃ ନାରାୟଣ ଚନ୍ଦ୍ର ପଟେଲ, ପ୍ରେମ ସାଗର ଓରାମ୍, ସସୀମ ପଟେଲ, କମଳ କିଶୋର ନାଏକ, ଶୁଖ ଲାଲ ମୁଣ୍ଡା, ଯଶୋବନ୍ତ ନାଏକ, ଉପାଧ୍ୟାୟ ପାଣିଗ୍ରାହୀ, ଉପେନ୍ଦ୍ର ପ୍ରଧାନ ଓ କୁଲଦୀପ ସିଂହ ବିଜେପି କର୍ମୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ l ଏହି ପ୍ରଶିକ୍ଷଣ ବର୍ଗରେ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଏହି ପ୍ରଶିକ୍ଷଣ ବର୍ଗରେ କୋ ଭିଡ଼ – ୧୯ ନିୟମ କୁ କଡ଼ାକଡ଼ି ପାଳନ କରାଯାଇଥିଲା l ଏଥିରେ ସୁରେନ୍ଦ୍ର ସ୍ଵର୍ଣ୍ଣ କାର୍, ଅଜୟ କୁମାର ପଟେଲ, ସଂଜୀବ ସିଂହ, ଦିନେଶ୍ କର ପ୍ରମୁଖ ବର୍ଗ ଆୟୋଜନ ବ୍ୟବସ୍ଥା ରେ ସହାୟତା କରିଥିଲେ l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here