ମୂଢି ମିଲରେ କାର୍ଯ୍ୟରତ ଯୁବକଙ୍କ ଅକାଳ ବିୟୋଗ:

ଚାକିରୀ କରି ପରିବାରରେ କିଛି ସହାୟତା କରିବାକୁ ଆସିଥିବା ଯୁବକର ଅକାଳ ବିୟୋଗରେ ମର୍ମାହତ ପରିବାର ବର୍ଗ ଓ ସାଥୀ କର୍ମଚାରୀ ଗଣ । ଏମିତିବି ମୃତ୍ୟୁ ଆସେ । ଶୋକ ସନ୍ତପ୍ତ ପରିବାର ବର୍ଗ ଶେଷରେ ଅବିବାହିତ ଯୁବକର ଶବ ବୋହି ନେଲେ ଘରକୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ସୁନ୍ଦରଗଡ ଜିଲ୍ଲା ବଡଗାଁ ବ୍ଲକ ଅନ୍ତର୍ଗତ ଜରଙ୍ଗଲୋଇ ଗ୍ରାମରେ ଥିବା ମୂଢି ମିଲରେ । ବାମଡା ବ୍ଲକ ଅନ୍ତର୍ଗତ ଦଲ ଦଲିଆ ପଡା ଅଞ୍ଚଳର ବାସୀନ୍ଦା ବିରାଟ ସିଂ (୨୬) ପେଟ ପାଟଣା ପାଇଁ ବଡଗାଁ ବ୍ଲକର ଜରଙ୍ଗଲୋଇରେ ଥିବା ମୂଢି ମିଲରେ କାର୍ଯ୍ୟରତ ଥିବା ସମୟରେ ହଠାତ ତଳେ ପଡି ଯିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଏ ନେଇ ସୂଚନା ପାଇ ବଡଗାଁ ପୋଲିଶ ଉକ୍ତ ମିଲରୁ ଶବକୁ ଯବତ କରି ବ୍ୟବଛେଦ ପାଇଁ ପଠାଇ ଥିଲେ । ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିବା ସହ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ତେବେ ଉକ୍ତ ଯୁବକଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଶବ ବ୍ୟବଛେଦ ରିପୋର୍ଟ ଆସିଲେ ସମସ୍ତ ଘଟଣା ପଦାକୁ ଆସିବ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here